Odisha Link
Bridging the Missing Links in Odisha

BBC ସ୍ପୋର୍ଟସ ୱିମେନ୍ ପୁରସ୍କାର ପାଇଁ ଦୂତୀ ଚାନ୍ଦ ମନୋନୀତ

ଭୁବନେଶ୍ୱର: ପୁଣି ଚମକିଲେ ଓଡ଼ିଆ ଝିଅ ଦୂତୀ ଚାନ୍ଦ। ସାରା ବିଶ୍ବରେ ଜଣେ ଖ୍ୟାତିସମ୍ପନ୍ନ ସ୍ପ୍ରିଣ୍ଟର ଭାବେ ବେଶ୍‌ ଜଣାଶୁଣା ଥିବା ଦୂତୀଙ୍କୁ ମିଳିବ ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନ। ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନରେ ୫ଜଣ ଖେଳାଳୀ ମନୋନୀତ ହୋଇଥିବା ବେଳେ ସେଥିରେ ଦୂତୀଙ୍କ ନାଁ ରହିଛି।

ଏହି ସମ୍ମାନ ପାଇଁ ଓଡିଶାର ଦୂତୀ ଚାନ୍ଦ, ସୁଟର୍ ମନୁ ଭାକର, ହକି ଖେଳାଳି ରାନୀ ରାମପାଲ, ରେସଲର ବିନେଶ ଭୋଗାଟ୍ ଓ ଚେସ୍ ଖେଳାଳି କେନେରୁ ହମ୍ପି ନାମାଙ୍କିତ ହୋଇଛନ୍ତି।

ଭୋଟିଂ ଆଧାରରେ ମାର୍ଚ୍ଚ ୮ରେ ଏହି ପୁରସ୍କାର ଘୋଷଣା କରାଯିବ। ତେବେ ଦୂତୀ ବିବିସି ସ୍ପୋର୍ଟସଓମ୍ୟାନ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଦୂତୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରେରଣାର ଉତ୍ସ ହୋଇ ରହିବାକୁ ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

 

Comments are closed.