Odisha Link
Bridging the Missing Links in Odisha

ପାର୍କିଂ ବସ୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ଖରଘର: ନିର୍ଭୟା ମାମଲାର ପୁନରାବୃତ୍ତି। ପାର୍କିଂ ବସ୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ନବି ମୁମ୍ବାଇର ଖରଘରରେ। ଦୁଇ ଜଣ ଯୁବକ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ପାର୍କିଂ ହୋଇଥିବା ବସ୍‌ ମଧ୍ୟରେ ଦୁଷ୍କର୍ମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ବନ୍ଧୁ ଥିଲେ ବୋଲି ଜଣାପଡିଛି। ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗିରଫ ହୋଇଥିବା ବେଳେ ‌ଅନ୍ୟ ଜଣେ ଫେରାର୍‌ ଥିବା ନେଇ ସୂଚନା ମିଳିଛି।

ସୂଚନା ମୁତବାକ, ପୀଡ଼ିତା ଓ ଉଭୟ ଅଭିଯୁକ୍ତ ଖରଘରରେ ଥିବା ଗୋଟିଏ ବିଲ୍ଡିଂରେ ରହୁଥିଲେ। ଦୁଇ ଅଭିଯୁକ୍ତଙ୍କ ବୟସ ୧୯ ଓ ୨୨ ବର୍ଷ। ସେମାନଙ୍କ ମଧ୍ୟରୁ ଜଣେ ପିଜା ଡେଲିଭରି ବୟ ହୋଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର୍‌।

ପୀଡ଼ିତା ଯୁବତୀ ଜଣକ ପୁଲିସ୍‌ରେ କହିଛନ୍ତି ଯେ, ଫେବ୍ରୁଆରି ୩ ତାରିଖରେ ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ବନ୍ଧୁ ତାଙ୍କୁ ଏକ ଉପହାର କିଣି ଦେବେ କହି ବାଇକ୍‌ରେ ବାହାରକୁ ନେଇକି ଯାଇଥିଲେ। ଅଧା ବାଟରେ ଅଭିଯୁକ୍ତ ଏକ ମଦ ଦୋକାନରେ ରହି ମଦ କିଣିବା ସହ ଯୁବତୀଙ୍କୁ ସେଠାରେ ପାର୍କ ହୋଇଥିବା ଏକ ବସ୍‌ ଭିତରକୁ ଯିବାକୁ କହିଥିଲେ।

ବସ୍‌ ମଧ୍ୟରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବଳପୂର୍ବରୁ ମଦ ପିଆଇଥିଲେ ବୋଲି ପୀଡ଼ିତା ଅଭିଯୋଗ ଆଣିଛନ୍ତି। ତାହାପରେ ୨ ଜଣ ଅଭିଯୁକ୍ତ ମିଶି ତାଙ୍କ ସହ ଦୁ‌ଷ୍କର୍ମ କରିବା ସହ ତାଙ୍କୁ ସେହି ବସ୍‌ ଭିତରେ ଛାଡ଼ି ପଳାଇଥିଲେ ବୋଲି କହିଛନ୍ତି। ଘଟଣାଟି ‌ଗତ ‌୩ ତାରିଖ ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି।

Comments are closed.