Odisha Link
Bridging the Missing Links in Odisha

ଲାଲଗଡରେ କରୋନା: ୧୦ ଜଣ ମାଓବାଦୀ ମୃତ, ଲୁଟ୍‌ କଲେ ଟିକା

ଛତିଶଗଡ଼: ଲାଲଗଡରେ କରୋନା କାୟା। ବିଷାକ୍ତ ଖାଦ୍ୟ ଖାଇ ଓ କରୋନା ଆକ୍ରାନ୍ତ ହୋଇ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏଥିସହ ସୁକ୍‌ମା ଜିଲ୍ଲାର ଦର୍‌ନାପାଲି ଓ କୋଣ୍ଟା ଅଞ୍ଚଳରୁ କରୋନା ଟିକା ଓ ମେଡିସିନ ମଧ୍ୟ ଲୁଟି ନେଇଛନ୍ତି ମାଓବାଦୀ। ଏ ନେଇ ଦାନ୍ତେଓ୍ବାଡ଼ା ଏସ୍‌ପି ଅଭିଷେକ ବଲ୍ଲଭ ସୂଚନା ଦେଇଛନ୍ତି।

ପୂର୍ବରୁ ୫୦ରୁ ଅଧିକ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ଏସ୍‌ପି ସୂଚନା ଦେଇଥିଲେ। ଆତ୍ମସମର୍ପଣ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ କରୋନା ସଂକ୍ରମଣ ହେବା ପରେ ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ବାନ ଦେଇଥିଲେ ଏସପି ଅଭିଷେକ ବଲ୍ଲଭ। ୨୦୦ ନକ୍ସଲ କରୋନାରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଏମାନଙ୍କ ମଧ୍ୟରୁ ୧୦ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି।