Odisha Link
Bridging the Missing Links in Odisha

ମୁଣ୍ଡପିଛା ଆୟ: ଭାରତକୁ ପଛରେ ପକାଇଲା ବାଂଲାଦେଶ

ଜଣେ ଭାରତୀୟ ଠାରୁ ଜଣେ ବାଂଲାଦେଶୀ ନାଗରୀକଙ୍କ ମୁଣ୍ଡପିଛା ଆୟ ୨୦,୦୦୦ ଟଙ୍କା ଅଧିକ

ବ୍ୟୁରୋ: ଭାରତର ମୁଣ୍ଡପିଛା ଆୟ ତୁଳନାରେ ପଡ଼ୋଶୀ ବାଂଲାଦେଶର ମୁଣ୍ଡପିଛା ଆୟ ଅଧିକ ରହିଛି। ୨୦୨୧ ଆର୍ଥିକ ବର୍ଷରେ (୨୦୨୦ ଏପ୍ରିଲରୁ ୨୦୨୧ ମାର୍ଚ୍ଚ) ଭାରତକୁ ପଛରେ ପକାଇଦେଇଛି ବାଂଲାଦେଶ। ଭାତର ମୁଣ୍ଡପିଛା ଆୟ ୧,୯୪୭ ଡଲାର ଥିବା ବେଳେ ବାଂଲାଦେଶର ରହିଛି ୨,୨୨୭ ଡଲାର।

ଭାରତୀୟ ମୁଦ୍ରାରେ ଜଣେ ଭାରତୀୟର ମୁଣ୍ଡପିଛା ଆୟ ପ୍ରାୟ ୧ ଲକ୍ଷ ୪୨ ହଜାର ଟଙ୍କା ଥିବା ବେଳେ ଜଣେ ବାଂଲାଦେଶୀ ନାଗରିକର ଆୟ ଏହା ଠାରୁ ୨୦ ହଜାର ଟଙ୍କା ଅଧିକ ରହିଛି। ୨୦୨୦ ଆର୍ଥିକ ବର୍ଷରେ ବାଂଲାଦେଶର ମୁଣ୍ଡପିଛା ଆୟ ୨,୦୬୪ ଡଲାର ଥିବା ବେଳେ ମହାମାରୀ ସତ୍ତ୍ବେ ଏଥିରେ ୯ ପ୍ରତିଶତ ବୃଦ୍ଧି ହୋଇଛି।