Odisha Link
Bridging the Missing Links in Odisha

ଭୋଜି ଖାଇବାକୁ ଯାଇ ମାଡ଼ ଖାଇଲେ ତିନି ଭାଇ, ତାପରେ…

ବଲାଙ୍ଗୀର: ବିବାହ ଭୋଜି ଖାଇବାକୁ ଯାଇଥିଲେ। ହେଲେ ଆକ୍ରମଣର ଶିକାର ହେଲେ ତିନି ଭାଇ। ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତର ମାଲପଡ଼ା ଗାଁରୁ ଆସିଛି।

ମିଳିଥିବା ସୂଚନା ମୁତାବିକ, ଗୋଟିଏ ପରିବାରର ୩ ଭାଇ ଏକ ବିବାହ ଭୋଜିକୁ ଯୋଗଦାନ ପାଇଁ ଆସିଥିବା ବେଳେ କୌଣସି ଘଟଣାକୁ ନେଇ ଅନ୍ୟ ଗୋଷ୍ଠୀର ଯୁବକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଭଳିକି ତିନି ଭାଇଙ୍କ ଉପରକୁ ଇଟା ଓ କାଠ ଫାଳିଆରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଆକ୍ରମଣରେ ୩ ଭାଇ ଗୁରୁତର ହେବା ସହ ସେମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି।

ମାଡ଼ ଖାଇଥିବା ତିନି ଭାଇ ମୁରିବାହାଲ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଏବେ ତଦନ୍ତ ଚାଲିଥିବା ନେଇ ମୁରିବାହାଲ ଥାନାର ଏଏସଆଇ କହିଛନ୍ତି।

Leave A Reply

Your email address will not be published.