Odisha Link
Bridging the Missing Links in Odisha

‘ସିଏମ୍‌ ଯୋଗୀଙ୍କ ସପକ୍ଷରେ ଟ୍ବିଟ୍‌ କଲେ ମିଳେ ୨ ଟଙ୍କା’, ଅଡିଓ କ୍ଲିପ୍‌ ଭାଇରାଲ ହେବାପରେ ୨ ଗିରଫ

କାନପୁର: ସୋସିଆଲ ମିଡିଆରେ ମିଛ ଖବର ଭାଇରାଲ କରୁଥିବା ଦୁଇଜଣ ଏକ୍ସପର୍ଟଙ୍କୁ ଗିରଫ କରିଛି କାନପୁର ପୁଲିସ। ଏଥିସହିତ ମିଛ ଟ୍ବିଟ୍‌ ମାମଲାରେ ପୂର୍ବ ଆଇଏଏସ୍‌ ସୂର୍ଯ୍ୟ ପ୍ରତାପ ଶାହୀଙ୍କ ନାମରେ ମଧ୍ୟ ମାମଲା ଦାୟର ହୋଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ।

କାନପୁର ପୁଲିସ ଗିରଫ କରିଥିବା ଦୁଇ ଅଭିଯୁକ୍ତଙ୍କ ନାମ ଆଶିଷ ପାଣ୍ଡେ ଓ ହିଂମାଶୁ ସୈନି ବୋଲି ସୂଚନା ରହିଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ, ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ନକଲି ଅଓିଡ କ୍ଲିପ୍‌ ବନାଇ ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ। ଏହି ଅଡିଓ କ୍ଲିପ୍‌ ମାଧ୍ୟମରେ ଅଭିଯୁକ୍ତ ସରକାରଙ୍କ ଭାବମୂର୍ତ୍ତୀକୁ ମଳିନ କରିବା ପାଇଁ ଚେଷ୍ଟା କରୁଥିଲେ ବୋଲି ପୁଲିସ କହିଛି।

ପୁଲିସ ଆହୁରି କହିଛି ଯେ, ମିଛ ଅଡିଓ କ୍ଲିପ୍‌ ଟ୍ବିଟ୍‌ କରାଯିବ ପରେ ପୂର୍ବ ଆଇଏଏସ୍‌ ସୂର୍ଯ୍ୟ ପ୍ରତାପଙ୍କ ନାମରେ ମାମଲା ଦାୟର ହୋଇଛି। କାନପୁରର ପୁଲିସ କମିଶନର ଅସୀମ ଅରୁଣ କହିଛନ୍ତି ଯେ, ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ବହୁତ ଚାଲାକ। ଏହି ଦୁଇ ଜଣ ସରକାରଙ୍କୁ ବଦନାମ କରିବା ପାଇଁ ନୂଆ ନୂଆ ପଦ୍ଧତି ଆପଣାଉଥିଲେ।

ସେ ଆହୁରି କହିଛନ୍ତିଯେ, ଅଭିଯୁକ୍ତ ପାଟନାର ଏକ ୧୫ ବର୍ଷିୟ ବାଳକ ସହିତ ଫୋନରେ କଥା ହୋଇଥିଲେ। ଏହାପରେ ତାଙ୍କ ଅଡିଓକୁ ଏଡିଟ୍‌ କରି ଭାଇରାଲ କରିଥିଲେ। ଅଭିଯୁକ୍ତ ଅଡିଓ ଜରିଆରେ ସିଏମ୍‌ଙ୍କ ସମକ୍ଷରେ ଟ୍ବିଟ୍‌ କଲେ ଦୁଇ ଟଙ୍କା ମିଳୁଥିବା କଥା ସାବ୍ୟସ୍ତ କରିବା ପାଇଁ ପ୍ରୟାସ କରୁଥିଲେ।

ପୁଲିସ ଆହୁରି କହିଛି ଯେ, ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ସିଏମ୍‌ ଯୋଗୀଙ୍କ ପିଆରଓ ସେଲ ସମ୍ଭାଳୁୁଥିବା ସୋସିଆଲ ମିଡିଆ ସେଲର କର୍ମଚାରୀ ମଧ୍ୟ ପୂର୍ବରୁ ଥିଲେ। ଏଥିସହିତ ଆଉ ଏକ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ ଏହି ଦୁଇ ଜଣଙ୍କୁ ପଚରାଉଚରା କରୁଥିବା ଜଣା ପଡ଼ିଛି।