Odisha Link
Bridging the Missing Links in Odisha

ବାପା-ଝିଅ ବୈତରଣୀରେ ନିଖୋଜ ଘଟଣା: ସାମ୍ନାକୁ ଆସିଲା ଏକ ଅଡିଓ ରେକର୍ଡ

ଓଏଲ୍‌ ବ୍ୟୁରୋ: ମଣିଷର ମାନସିକ ସ୍ତର କେତେବେଳେ ତାକୁ କେଉଁ ଦିଗକୁ ନେଇଯାଏ ତାହାର କୌଣସି ଆକାର ନଥାଏ। କେତେବେଳେ କାହା ଚାପରେ ତ କେତେବେଳେ ଅପ୍ରୀତିକର ପରିସ୍ତିତିକୁ ସାମ୍ନା କରି। ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଭଦ୍ରକରୁ ଆସିଛି। କୁନିଝିଅକୁ ଧରି ବାପା ବୈତରଣୀକୁ ଡେଇଁ ନିଖୋଜ ହେବା ଘଟଣାରେ ଏକ ଅଡିଓ ସାମ୍ନାକୁ ଆସିଛି। ଯାହା ଅତ୍ୟନ୍ତ ହୃଦୟ ବିଦାରକ।

ଭଦ୍ରକ ବୈତରଣୀ ନଦୀକୁ ଡେଇଁବା ପୂର୍ବରୁ ଅଢେଇ ବର୍ଷର କୁନି ଝିଅକୁ ଗାଡିରେ ବସାଇ ନିଜ ଦେଇଙ୍କୁ ଫୋନ୍ କରୁଛନ୍ତି ଚନ୍ଦନ। ଗାଡି ଚଳାଇବା ସମୟରେ ଫୋନରେ କଥା ହେଉଥିବାରୁ ବାପାଙ୍କୁ ଆକଟ କରୁଛି କୁନି ଝିଅ। ଆଉ କୁନି ଝିଅର ଏହି କଥା ଆପଣଙ୍କ ଆଖରେ ଲୁହ ଆଣିଦେବ। ବାପାକୁ କହୁଛି, ବାପା ଗାଡି ଚଳାଇବେ ବେଳେ କାହିଁକି କଥା ହେଉଛ।

ଯୁବକ ଜଣକ ନଦୀକୁ ଡେଇଁବା ପୂର୍ବରୁ ଶେଷ କଲରେ କହୁଛନ୍ତି, ଦେଇ ମୁଁ ମରିଯିବ, ଆଉ ବଞ୍ଚିବାକୁ ଚାହୁଁନି। ମୋ ଝିଅକୁ ଧରି ମୁଁ ଚାଲି ଆସିଛି, ପାଣିକୁ ଡେଇଁ ପଡ଼ିବି। ମୋର ଆଉ ବଞ୍ଚିବା ପାଇଁ ଇଚ୍ଛା ନାହିଁ। ଏମିତି ନକରିବା ପାଇଁ ଭାଇକୁ ରାଣନିୟମ ପକାଇଥିଲେ ଯୁବକଙ୍କ ଦେଇ। ତେବେ ମୁଁ ଆଉ କାହା କଥା କିଛି ଶୁଣିବିନି, ମରିଯିବି କହିଥିଲେ ଯୁବକ।

ଚନ୍ଦନର ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହୋଇପଡ଼ୁଛନ୍ତି ତାଙ୍କ ପିଉସୀ। ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି। କୁନି ଝିଅର ଭବିଷ୍ୟତ କଥା ଭାବିବା ସହ ଏପରି ପଦକ୍ଷେପ ନନେବା ପାଇଁ ବୁଝାଉଛନ୍ତି। ହେଲେ ନିଜ ନିଷ୍ପତିରେ ଅଟଳ ଚନ୍ଦନ। ପିଉସୀଙ୍କ କଥା ଶୁଣୁ ନାହାନ୍ତି। ନଦୀକୁ ଡେଇଁ ପଡ଼ି ଜୀବନ ହାରିବେ ବୋଲି ବାରମ୍ବାର କହୁଛନ୍ତି। ତେବେ ଏଭଳି ଏକ ଅଡିଓ ସାମ୍ନାକୁ ଆସିବା ପରେ ବାପା-ଝିଅ ଆତ୍ମହତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.