ରାଜ୍ୟରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ: ସଚେତନ କରାଇବେ ଅଙ୍ଗନବାଡ଼ି କର୍ମୀ

ଓଏଲ୍ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ଏଭଳି ଠକେଇରୁ ନିଜକୁ ଦୂରରେ ରଖିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
ରାଜ୍ୟରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ସାଇବର ଅପରାଧ ସଂପର୍କରେ ସଚେତନ କରିବେ ଅଙ୍ଗନବାଡ଼ି କର୍ମୀ। ତାଙ୍କ ସହ ସାମିଲ ହୋଇ ଆଶା କର୍ମୀ ଓ ମିଶନ ଶକ୍ତି ମହିଳା ସଚେତନ କରାଇବେ। ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ବାବଦରେ ସଚେତନ କରିବେ। ଏନଏଓ ଡିଜିପି ସୁନୀଲ ବଂଶଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ସୂଚନା ଦେଇଛନ୍ତି।