Odisha Link
Bridging the Missing Links in Odisha

ପୁଣି ଅଡୁଆରେ ବାବା ରାମଦେବ

ନୂଆଦିଲ୍ଲୀ: ପୁଣି ଅଡୁଆରେ ବାବା ରାମଦେବ। ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡୁଛନ୍ତି ଯୋଗ ଗୁରୁ ବାବା ରାମଦେବ। ଏଲୋପାଥି ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ବହୁ ବିରୋଧ ସମ୍ମୁଖୀନ ହୋଇ ଗତକାଲି ନିଜର ମତ ବଦଳାଇଥିଲେ। ଡାକ୍ତରମାନଙ୍କୁ ଦେବଦୂତ କହିବା ସହ ସେ କୋଭିଡ୍ ଟିକା ନେବାକୁ ପ୍ରସ୍ତୁତ ବୋଲି କହିଥିଲେ।

ଏହାର ୨୪ ଘଣ୍ଟା ନପୂରୁଣୁ ପୁଣି ଏକ ବିବାଦ ଛିଡ଼ା ହୋଇଛି। ବାବାଙ୍କ ପତଞ୍ଜଳିର ପ୍ରଡକ୍ଟକୁ ନେଇ ଉଠିଛି ଅଭିଯୋଗ। ପତଞ୍ଜଳି ସୋରିଷ ତେଲର ଗୁଣବତ୍ତା ତଥା ମାନକକୁ ନେଇ ଉଠିଛି ପ୍ରଶ୍ନ। ପତଞ୍ଜଳି ଦ୍ୱାରା ବିକ୍ରି ହେଉଥିବା ସୋରିଷ ତେଲ ନିମ୍ନମାନର ବୋଲି ଚର୍ଚ୍ଚା ହେଉଛି। ଏପରିକି ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଲାବୋରେଟୋରି ଦ୍ୱାରା ପରୀକ୍ଷା ପରେ ପତଞ୍ଜଳି ସୋରିଷ ତେଲ ଖାଇବା ଉପଯୋଗୀ ନୁହେଁ ବୋଲି ଦାବି ଉଠିଛିି। ଏଭଳି ଦାବି କରିଛନ୍ତି ରାଜସ୍ଥାନ ସରକାର।

ସୂଚନା ମୁତାବକ ସିଂଘାନିୟା ତେଲ ମିଲ ପକ୍ଷରୁ ପତଞ୍ଜଳିକୁ ଯୋଗାଣ ହେଉଥିବା ସୋରିଷ ତେଲର ୫ଟି ସାମ୍ପୁଲ୍ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା। ତେବେ ପରୀକ୍ଷାରୁ ୫ଟି ଯାକ ସାମ୍ପୁଲ୍ର ଗୁଣବତ୍ତା ବା ମାନକ ଖାଇବା ଉପଯୋଗୀ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଖାଦ୍ୟ ନିରାପତ୍ତାକୁ ନେଇ ମାର୍ଚ୍ଚ ୨୭ରେ ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ସୋରିଷ ତେଲର ମାନକ ପରୀକ୍ଷଣ କରାଯାଇଥିବା ମୁଖ୍ୟ ଚିକିତ୍ସାଧିକାରୀ ଡା. ଓମ ପ୍ରକାଶ ମୀନା କହିଛନ୍ତି।

ଏହାର ରିପୋର୍ଟକୁ ଅଲୱାରର ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଲାବୋରେଟୋରିର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଥିଲା। ତେବେ ଏ ସମ୍ପର୍କରେ ରାମଦେବ ବାବାଙ୍କ କମ୍ପାନି ପତଞ୍ଜଳି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

Leave A Reply

Your email address will not be published.