Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ଟିକାକରଣ: ସକାଳେ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: କରୋନା ମହମାରୀକୁ ମାତ ଦେବାକୁ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଟିକାକରଣ ସମୟ ବଦଳିଛି। ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ।

ବିଏମସି କମିଶନର ଯେ, ଭୁବନେଶ୍ୱରରେ ସକାଳେ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦ୍ୱିତୀୟ ଡୋଜ ଟିକାକରଣ ଦିଆଯିବ। ପ୍ରଥମ ଡୋଜ୍ ନେଇଥିବା ଯୁବବର୍ଗଙ୍କୁ ଅବଧି ମୁତାବକ ୨ୟ ଡୋଜ୍ ଦିଆଯିବ। ଆସନ୍ତା ସୋମବାର ସୁଦ୍ଧା ଡିଉ ଥିବା ୨ୟ ଡୋଜ ଟିକାକରଣ ସରିଯିବ। ଏହା ପରେ ବାକିଥିବା ୧୮-୪୪ ବର୍ଗଙ୍କ ପ୍ରଥମ ଡୋଜ୍ ଟିକାକରଣ ଆରମ୍ଭ ହେବ।

ସକାଳ ସମୟରେ ଯୁବବର୍ଗଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରାଯିବ। ଅପରାହ୍ନରେ ୧୮-୪୪ ଓ ୪୫ ବର୍ଷରୁ ଉର୍ଦ୍ଧଙ୍କୁ ୨ୟ ଡୋଜ ଟିକା ଦିଆଯିବ।

Leave A Reply

Your email address will not be published.