Odisha Link
Bridging the Missing Links in Odisha

ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି: ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ଶୀତ ବେଶି ଅନୁଭୂତ ହୋଇନଥିଲା। ଏବେ ବଦଳିଛି ପାଣପାଗ। ଆଉ ଜାଡ଼ରେ ଥରୁଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି। କେବଳ ଦାରିଙ୍ଗବାଡ଼ି ନୁହେଁ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଶୀତ ବଢ଼ିବାରେ ଲାଗିଛି।

ଦାରିଙ୍ଗବାଡ଼ିରେ ସୋମବାର ୧୦ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ମଙ୍ଗଳବାର ୨.୫ ଡିଗ୍ରୀ ହ୍ରାସ ପାଇ ୭.୫ ଡିଗ୍ରୀ ସେଲସିଅସରେ ପହଁଞ୍ଚିଛି। । ଜାଡ଼ ସାଙ୍ଗକୁ ବୃଦ୍ଧି ପାଉଛି କୁହୁଡ଼ି ଆସ୍ତରଣ । ଦାରିଙ୍ଗବାଡ଼ିର ସମସ୍ତ ଅଞ୍ଚଳ କୁହୁଡ଼ି ମୟ ହୋଇଯାଇଛି। ସକାଳ ୮ ପର୍ଯ୍ୟନ୍ତ ମୁହଁକୁ ମୁହଁ ଦେଖାଯାଉ ନ ଥିବା ବେଳେ ୧୦ ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହୁଛି । ତାପମାତ୍ରା ହ୍ରାସ ପାଇବା ଫଳରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି ।