Odisha Link
Bridging the Missing Links in Odisha

ଗିରଫ ହେଲେ ଦୁଇ ମାଓବାଦୀ

ଗିରଫ ମାଓବାଦୀ ହେଲେ ମହିଳା ମାଓବାଦୀ ଏରିଆ କମିଟିର ସଦସ୍ୟ ପୂଜା ମାଣ୍ଡୋଭି ଗିରଫ ଓ ଅନ୍ୟଜଣେ ହେଲେ ସମୁଦ୍ର ବାଗ

ଓଏଲ୍‌ ବ୍ୟୁରୋ : ନବରଙ୍ଗପୁର ପୁଲିସକୁ ବଡ଼ ସଫଳତା। ନୂଆପଡ଼ା ଡିଭିଜନରେ ବିଭିନ୍ନ ଗୁଳିକାଣ୍ଡରେ ସାମିଲ ଥିବା ଦୁଇ ମାଓବାଦୀଙ୍କୁ ଗିରଫ କଲା ପୁଲିସ। ଗିରଫ ମାଓବାଦୀ ହେଲେ ମହିଳା ମାଓବାଦୀ ଏରିଆ କମିଟିର ସଦସ୍ୟ ପୂଜା ମାଣ୍ଡୋଭି ଗିରଫ ଓ ଅନ୍ୟଜଣେ ହେଲେ ସମୁଦ୍ର ବାଗ।

ସୂଚନା ଅନୁସାରେ, ରାଇଘର ଥାନା ହାତୀ ଗାଁ ଜଙ୍ଗଲରେ କୁମ୍ବିଂ ଅପରେସନ କରୁଥିଲା ପୁଲିସ। ପୁଲିସ ଚଢ଼ାଉ କଲାବେଳେ ଦୁଇ ମାଓବାଦୀ ଗିରଫ ହୋଇଥିବା ଜଣା ପଡିଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଦୁଇ ମାଓବାଦୀ ଗିରଫ ହୋଇଥିବା ସୂଚନା ଦେଇଛନ୍ତି। ଉଭୟଙ୍କ ନାଁରେ ରାଇଘର ଥାନାରେ ମାମଲା ରୁଜୁ ମଧ୍ୟ ହୋଇଛି।