ସଡ଼କ ଦୁର୍ଘଟଣାରେ ୫ ମାଟ୍ରିକ ପରୀକ୍ଷାର୍ଥୀ ଆହତ
ସଂପୃକ୍ତ ବୃଦ୍ଧା ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି।

ଓଏଲ୍ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ମାଟ୍ରିକ ବୋର୍ଡ ପରୀକ୍ଷା। ବର୍ତମାନ ପରୀକ୍ଷା ପାଖାପାଖି ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ଏହାରି ମଧ୍ୟରେ ପରୀକ୍ଷାକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ଜଳେଶ୍ବର ପାଟଣା ଛକରେ ଘଟିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ଅଟୋ ଓଲଟି ୫ ପରୀକ୍ଷାର୍ଥୀ ଆହତ ହୋଇଥିବା ଜଣା ପଡିଛି।
ଖବର ଅନୁସାରେ, ଆଜି ମାଟ୍ରିକ ପରୀକ୍ଷା ସରିବା ପରେ ପରୀକ୍ଷା ଦେଇ ଫେରୁଥିଲେ ପରୀକ୍ଷାର୍ଥୀ। ସେମାନେ ଯେଉଁ ଅଟୋରେ ଯାଉଥିଲେ, ସେ ଅଟୋ ସାମ୍ନାକୁ ହଠାତ ଜଣେ ବୃଦ୍ଧା ଆସିଯାଇଥିଲେ। ବୃଦ୍ଧାଙ୍କ ଜୀବନ ବଂଚେଇବାକୁ ଚେଷ୍ଟା କରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଅଟୋ। ଅଟୋ ଓଲଟି ୫ ପରୀକ୍ଷାର୍ଥୀ ଆହତ ହୋଇଥିବା ଜଣା ପଡିଛି। ସଂପୃକ୍ତ ବୃଦ୍ଧା ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଅଟୋ ଓଲଟି ଆହତ ହୋଇଥିବା ୫ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪ ଛାତ୍ରୀ ଏବଂ ଜଣେ ଛାତ୍ର ଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।