Odisha Link
Bridging the Missing Links in Odisha

ପୁଣିଥରେ ମୋ ବସ୍‌ରେ ଲୁଟ, ଯାତ୍ରୀଙ୍କ ଠାରୁ ୫୦ ହଜାର ଚୋରି ଅଭିଯୋଗ

୧୮ନଂ ରୁଟ୍‌ର ଜଗତପୁର-ବରମୁଣ୍ଡା ଯାଉଥିବା ବସ୍‌ରେ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

ଓଏଲ୍‌ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଲୁଟେରା। ବିଭିନ୍ନ ଢଙ୍ଗରେ ଲୁଟିବାରେ ଲାଗିଛନ୍ତି। ତେବେ ମୋ ବସରେ ବାରମ୍ବାର ଚୋରି ହେଉଥିବା ଘଟଣା ସାମ୍ନାକୁ ଆସୁଥିବାବେଳେ ଆଜି ପୁଣିଥରେ ଜଣେ ଯାତ୍ରୀ ଲୁଟର ଶିକାର ହୋଇଛନ୍ତି। ୧୮ନଂ ରୁଟ୍‌ର ଜଗତପୁର-ବରମୁଣ୍ଡା ଯାଉଥିବା ବସ୍‌ରେ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

ମୋ ବସରେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ନବ ବିବାହିତ ଝିଅ ପାଇଁ ଶାଢ଼ୀ କିଣିବାକୁ ଆସିଥିବା ବେଳେ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଯାତ୍ରା ସମୟରେ ମୋ ବସ୍‌ରେ ଯାତ୍ରୀଙ୍କ ଠାରୁ ୫୦ ହଜାର ଚୋରି ହୋଇଥିବା ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ।