Odisha Link
Bridging the Missing Links in Odisha

କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିରେ ‘କୁଇ’ ଭାଷାରେ ହେବ ପାଠପଢା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ।

ଓଏଲ୍‌ ବ୍ୟୁରୋ: ଆଜି ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ କୋଟିଆ ଗ୍ରସ୍ତରେ ଯାଇଥିଲେ। କୋଟିଆରେ ଉତ୍କଳ ଦିବସ ପାଳନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଏହି କାର୍ଯ୍ୟକ୍ରମ ସମୟରେ ସେ କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିରେ ପାଠ ପଢା ନେଇ ଏକ ସୂଚନା କହିଛନ୍ତି। କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିରେ ‘କୁଇ’ ଭାଷାରେ ପାଠ ପଢ଼ା ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅନ୍ୟପଟେ, କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ। ଉତ୍କଳ ଦିବସରେ ଆନ୍ଧ୍ରପ୍ରଦେଶକୁ ଚେତାବନୀ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିନିକିଆ କୋଟିଆ ଗସ୍ତରେ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଦୀର୍ଘ ଦିନରୁ ବିବାଦ ଲାଗି ରହିଥିବା କୋଟିଆରେ ପହଞ୍ଚି ସିଧାସଳଖ ଚେତାବନୀ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ସୀମା ବିବାଦ ଉପରେ ଓ ଅନ୍ୟାନ୍ୟ ବିଷୟରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସାଙ୍ଗରେ ୬ ଜଣିଆ ବିଜେପି ବିଧାୟକ ମଧ୍ୟ ରହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ କୋଟିଆ ଗ୍ରସ୍ତକୁ ନେଇ ବିରୋଧୀ ଅନେକ ପ୍ରଶ୍ନ କରିଛନ୍ତି।