Odisha Link
Bridging the Missing Links in Odisha

ମର୍ମନ୍ତୁଦ ଦୁର୍ଘଟଣା: ଘାଟିରୁ ୫୦ ଫୁଟ ତଳକୁ ଖସିଲା ଟ୍ରକ, ଚାଲିଗଲା ଟ୍ରକ ଚାଳକଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଭାରସାମ୍ୟ ହରାଇ ଘାଟିରୁ ୫୦ ଫୁଟ ତଳକୁ ଖସିଲା ଟ୍ରକ। ଘଟଣାସ୍ଥଳରେ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ଟ୍ରକଟି କଲିକତାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।