Odisha Link
Bridging the Missing Links in Odisha

ଯୁକ୍ତ ତିନିରେ ବଳିଲା ସିଟ୍‌, ପ୍ରକାଶ ପାଇଲା ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି

ଓଏଲ୍ ବ୍ୟୁରୋ: ଯୁକ୍ତ ତିନିରେ ଆଡ଼ମିସନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ବ୍ୟାପକ ସିଟ୍‌ ବଳିପଡିଥିବା ଜଣା ପଡିଛି। ବ୍ୟାପକ ସିଟ୍‌ ବଳିବା ପରେ ୟୁଜି ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଆବେଦନ ପ୍ରକ୍ରିୟାରେ ୧ମ ପର୍ଯ୍ୟାୟରେ ଆବେଦନ କରିନଥିବା ଆଶାୟୀ ଆବେଦନ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ସିଟ୍ ପାଇନଥିଲେ ଆବେଦନ କରିପାରିବେ। ୧ମ ପର୍ଯ୍ୟାୟରେ ମନୋନୀତ ହୋଇ ବି ନାମ ଲେଖାଇନଥିଲେ ଆବେଦନ କରିହେବ। ସେପ୍ଟେମ୍ବର ୪ରୁ ୧୩ ମଧ୍ୟରେ ଅନଲାଇନ୍‌ରେ ଆବେଦନ କରିହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।