Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ୱେୟାରହାଉସ୍‌ ଅଧୀକ୍ଷକ, ୩ଟି ସ୍ଥାନରେ ଚାଲିଛି ଚଢ଼ାଉ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ୱେୟାରହାଉସ୍‌ କର୍ପୋରେସନ ଗୋଦାମ ଅଧୀକ୍ଷକ ଦେବୀପ୍ରସାଦ ମହାନ୍ତି। ୱେୟାରହାଉସ୍‌ କର୍ପୋରେସନ ଗୋଦାମ ଅଧୀକ୍ଷକ ଦେବୀପ୍ରସାଦ ମହାନ୍ତିଙ୍କ ଠାରୁ ୨.୧୪ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି। ନିମାପଡ଼ାରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଧରାପଡ଼ିଲେ। ଏତେ ଟଙ୍କା କେଉଁଠୁ ଆସିଲା ଅଧୀକ୍ଷକ ଉତ୍ତର ଦେଇପାରି ନଥିବା ସୂଚନା ରହିଛି। ନଗଦ ଟଙ୍କା ସହ ଧରାପଡ଼ିବା ପରେ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି।