Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ, ଜବତ ହେଲା ବିପୁଳ ସୁନା ଅଳଙ୍କାର

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଭିଜିଲାନ୍ସ ଜାଲରେ ପଡିଥିବା କର୍ମଚାରୀ ଜଣକ ହେଉଛନ୍ତି ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଥିବାବେଳେ ଭୁବନେଶ୍ବର ଓ ଗଞ୍ଜାମର ୮ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଚଢ଼ାଉରୁ ବିପୁଳ ସୁନା ଅଳଙ୍କାର ଜବତ ହୋଇଛି।