Odisha Link
Bridging the Missing Links in Odisha

ଖସୁଛି ପାରଦ; ୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଛି ମୁସ୍କିଲ। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୪ ସହର ରହିଛି।

ଚଳିତବର୍ଷ ପ୍ରଥମ ଥର ପାଇଁ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବର ଓ କଟକରେ ମଧ୍ୟ ସର୍ବନିମ୍ନ ତାପମାତ୍ରା କରାଯାଇଛି। କନ୍ଧମାଳର ଜି.ଉଦୟଗିରିରେ ୪ ଡିଗ୍ରୀକୁ ଖସିଲା ପାରଦ। ୫ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର। ଫୁଲବାଣୀ ୭, କିରେଇ ୭.୫ ଡିଗ୍ରୀ, ଅନୁଗୁଳ ଓ କୋରାପୁଟ ୮। ସେମିଳିଗୁଡ଼ା ୮.୪, ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ। କେନ୍ଦୁଝର ଓ ରାଉରକେଲା ୮.୬, ସୁନ୍ଦରଗଡ଼ ୮.୮ ଡିଗ୍ରୀ। ଭବାନୀପାଟଣା ୮.୯, ରାଣୀତାଲ ୯, ଝାରସୁଗୁଡ଼ା ୯.୨, ସୋନପୁର ୧୦ ଡିଗ୍ରୀ। କଟକ ଓ ଭୁବନେଶ୍ବର ରାତ୍ରି ତାପମାତ୍ରା ୧୩ ଡିଗ୍ରୀରୁ କମ ରେକର୍ଡ ହୋଇଛି।

Leave A Reply

Your email address will not be published.