Odisha Link
Bridging the Missing Links in Odisha

ବଲିଉଡ଼ରେ ଡେବ୍ୟୁ କରିବେ ହ୍ରିତିକ୍‌ଙ୍କ ଭଉଣୀ !

ମୁମ୍ବାଇ : ବଲିଉଡ୍‌ରେ ପ୍ରଭୁ ଦେବାଙ୍କ ପରେ ମନେପଡନ୍ତି ଜଣେ ସୁପର ଷ୍ଟାର ସେ ହେଲେ ହାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ରୋଶନ୍‌ । ସେ ନିଜ ଡ୍ୟାନ୍ସ ଓ ଅଭନୟର ଯାଦୁରେ ସାରା ଦେଶର ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି । ତାଙ୍କର ପ୍ରଥମ ସିନେମା ‘କହୋନା ପ୍ୟାର୍‌ ହୈ’ରେ ଜବର ଦସ୍ତ ଅଭିନୟ କରି ବଲିଉଡରେ ରାଜ କରିଛନ୍ତି । ଚଳିତ ବର୍ଷ ତାଙ୍କ ସିନେମା ‘ୱାର୍‌’ ବକ୍ସ ଅଫିସ୍‌ର ସମସ୍ତ ରେକର୍ଡ଼ ଭାଙ୍ଗିଦେଇଛି। ଖାଲି ‘ୱାର୍’ ନୁହେଁ ସିନେମା ‘ସୁପର-୩୦’କୁ ବି ଦର୍ଶକଙ୍କ ଜବରଦସ୍ତ ପସନ୍ଦ କରିଛନ୍ତି । ତାଙ୍କ ପିତା ରାକେଶ ରୋଶନ ଜଣେ ପ୍ରଯୋଜକ,ନିର୍ଦ୍ଦେଶକ ଓ ଲେଖକ । ଏବେ ତାଙ୍କ ପରେ ତାଙ୍କ କାକା ରାଜେଶ ରୋଶନଙ୍କ ଝିଅ ପଶ୍ମିନା ବଲିଉଡ୍‌ରେ ଡେବ୍ୟୁଡ କରିବାକୁ ଯାଉଛନ୍ତି।


ପଶ୍ମିନା ଜଣେ ଭଲ ଥିଏଟର ଆର୍ଟିଷ୍ଟ। ନିକଟରେ ହ୍ରିତିକ୍ ତାଙ୍କ ପ୍ଲେ ଦେଖିବା ପରେ ଟ୍ୱିଟର୍‌ରେ ଏକ ପୋଷ୍ଟ କରି ପଶ୍ମିନାଙ୍କର ପ୍ରଶଂସା କରିଥିଲେ। ଏବଂ ତାଙ୍କ ଅଭିନୟ ଦେଖିବାକୁ ଆଉ ଅପେକ୍ଷା କରିପାରିବେ ନାହିଁ ବୋଲି କହିଥିଲେ। ତେବେ ଏଥିରୁ ଅନ୍ଦାଜ ଲଗାଯାଉଛି ଯେ ପଶ୍ମିନା ଖୁବ୍‌ ଶୀଘ୍ର ତାଙ୍କ ହୋମ୍‌ ପ୍ରଡକ୍ସନ୍‌ ସିନେମା ନଜର ଆସିପାରନ୍ତି। ହ୍ରିତିକ୍ ପଶ୍ମିନାଙ୍କୁ ସେ ନିଜେ ଗାଇଡ୍ ଓ ତାଙ୍କୁ ଟ୍ରେନିଂ ମଧ୍ୟ ଦେଉଛନ୍ତି। ହ୍ରିତିକ୍ କହିଛନ୍ତି ପଶ୍ମିନା ବହୁତ ଟ୍ୟାଲେଣ୍ଟେଡ୍‌ ହୋଇଥିବାରୁ ଅନ୍ୟ ଷ୍ଟାରକିଡ୍‌ସଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇପାରନ୍ତି ।

Comments are closed.