Odisha Link
Bridging the Missing Links in Odisha

ଦିଲ୍ଲୀ: ଯୁଗ୍ମ-ଅଯୁଗ୍ମ ନିୟମ ନମାନି ବିଜେପି ନେତା ଗଣିଲେ ତଣ୍ଡ, କହିଲେ କେଜ୍ରିଓ୍ବାଲ..

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଲାଗୁ ହୋଇଛି ଯୁଗ୍ମ-ଅଯୁଗ୍ମ ନିୟମ। ଏଥି ସହିତ ଦିଲ୍ଲୀରେ ଦେଖିବାକୁ ମଳିଛି ଯୁଗ୍ମ ଅଯୁଗ୍ମ ରାଜନୀତି। କିଛିଟା ପ୍ରଦୂଷଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲର ସରକାର। ହେଲେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଲେ ଦିଲ୍ଲୀରେ ବାକ୍‌ ଯୁଦ୍ଧ ରାଜନୀତି ମଧ୍ୟ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ

ନିୟମ ବାବଦରେ ଅବଗତ ଥାଇ ଦିଲ୍ଲୀ ବିଜେପିର ରାଜ୍ୟସଭା ସାଂସଦ ବିଜୟ ଗୋୟେଲ ଆଜି ସକାଳେ ଅଯୁଗ୍ମ ନମ୍ୱର କାର ଧରି ରାସ୍ତାକୁ ବାହାରିଥିଲେ। ଫଳରେ ଟ୍ରାଫିକ ପୁଲିସ ତାଙ୍କ ପାଖରୁ ୪ ହଜାର ଟଙ୍କା ଜୋରିମାନା କାଟିଛି। ଏହାପରେ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ବିଜୟ ଗୋଏଲଙ୍କ ଘରେ ପହଞ୍ଚି ପ୍ରତୀକାତ୍ମକ ସ୍ୱରୂପ ଗୋଲାପ ଫୁଲ ଏବଂ ମାସ୍କ ଦେଇଥିଲେ।

ଏହାପରେ ଦୁଇ ନେତାଙ୍କ ମଧ୍ୟରେ ତର୍କ ବିତର୍କ ଆରମ୍ଭ ହୋଇଥିଲା। ଗୋଏଲ କହିଛନ୍ତି ଯୁଗ୍ମ-ଅଯୁଗ୍ମ ନିୟମ ବାବଦରେ ଦିଲ୍ଲୀର ୭ ସାଂସଦଙ୍କ ସହିତ ଦିଲ୍ଲୀ ସରକାର ଆଲୋଚନା କରି ନାହାନ୍ତି। ନେଡ଼ି ଗୋଡ଼ କହୁଣୀକୁ ବୋହିଯିବା ପରେ କେଜ୍ରିଓ୍ୱାଲ ସରକାର ଏହି ନିୟମ ଲାଗୁ କରିଛନ୍ତି ବୋଲି ବିଜୟ ଗୋଏଲ କହିଛନ୍ତି। ପ୍ରଦୂଷଣ କମାଇବା ପାଇଁ କେଜ୍ରିଓ୍ୱାଲ ସରକାର ୫ ବର୍ଷ ଭିତରେ କୌଣସି କାମ କରି ନାହାନ୍ତି ବୋଲି ସେ କହିଛନ୍ତି। ଦିଲ୍ଲୀରେ ଲୋକସଂଖ୍ୟା ୨ କୋଟି ଥିବା ବେଳେ କେଜ୍ରିଓ୍ୱାଲ ସରକାର ମାତ୍ର ୫୦ ଲକ୍ଷ ମାସ୍କା ବାଣ୍ଟିଥିବା ସେ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ କଟାକ୍ଷ କରିବାକୁ ଯାଇ ଗୋଏଲ କହିଛନ୍ତି, ପୂର୍ବରୁ ଦିଲ୍ଲୀରେ କେଜ୍ରିଓ୍ୱାଲ କାଶୁଥିଲେ ଏବେ ପୂରା ଦିଲ୍ଲୀ ପ୍ରଦୂଷଣରୁ କାଶୁଛି। ଦିଲ୍ଲୀରେ ୨୮ ପ୍ରତିଶତ ପ୍ରଦୂଷଣ ହେଉଛି, ଗାଡି ପାଇଁ ୩ ପ୍ରତିଶତ ହେଉଛି ବୋଲି ସେ ଦାବି କରିଛନ୍ତି। ଯଦି ନଡ଼ାରେ ନିଆଁ ଲାଗିବାରୁ ପ୍ରଦୂଷଣ ହେଉଛି ତାହାଲେ ଆଗ ନଡ଼ାରେ କିଭଳି ନିଆଁ ନଲଗାଯିବ ସେ ବାବଦରେ ଦିଲ୍ଲୀ ସରକାର ଚିନ୍ତା ନକରି ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବା ଫଳପ୍ରଦ ନୁହେଁ ବୋଲି ଏହି ବିଜେପି ନେତା କହିଛନ୍ତି।

Comments are closed.