Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଅନିଶ୍ଚିତତା, ସୋନିଆଙ୍କ ମଞ୍ଜୁରୀ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ହେଲେ ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ସରକାର ଗଠନ ନିମନ୍ତେ ଚଲାଇଛନ୍ତି ପ୍ରସ୍ତୁତି। ଏଥିପାଇଁ ବସୁଛି ଘନଘନ ବୈଠକ। ହେଲେ ମହାରାଷ୍ଟ୍ରରେ ସରକାର ଗଠନ କରିବା ନେଇ ଏବେ ବି ଅନିଶ୍ଚିତତା ଦେଇ ଗତି କରୁଛି। କାରଣ ସେଠି ମେଣ୍ଟ ସରକାର ଗଠନ ହେବ କି ନା ତାହା ଏବେ ପୂରାପୂରି ନିର୍ଭର କରୁଛି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଉପରେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଶିବସେନା ସହିତ ସରକାର ଗଠନ ପାଇଁ ସୋନିଆଙ୍କ ଭିତରେ ଦ୍ଵିଧା ରହିଛି। ଏନେଇ ଗତକାଲି ଶରଦ ପାୱାର ତାଙ୍କ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଆଜି ଶରଦ ନୂଆଦିଲ୍ଲୀରେ ସୋନିଆଙ୍କୁ ସାକ୍ଷାତ କରିବା ସହ ମହାରାଷ୍ଟ୍ର ରାଜନୀତି ବିଷୟରେ ଆଲୋଚନା କରିବେ। ତେବେ ଏଥିରୁ ସ୍ପଷ୍ଟ ଯେ ଯଦି ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ହୁଏ ତେବେ ସୋନିଆ ଗାନ୍ଧିଙ୍କ ମଞ୍ଜୁରୀକୁ ଅପେକ୍ଷା।

ପ୍ରକାଶିତ ସୂଚନା ମୁତାବିକ, ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ସରକାର ଗଠନକୁ ସୋନିଆ ଏ ଯାଏଁ ମଞ୍ଜୁରୀ ଦେଇନାହାନ୍ତି।ସରକାର ଗଠନ ପାଇଁ ଯେଉଁ ନ୍ୟୁନତମ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ସେଥିରେ ବି କିଛି ପଏଣ୍ଟରେ କଂଗ୍ରେସର ଆପତ୍ତି ରହିଛି। ତେବେ ଯଦି ସରକାର ଗଠନ ହୁଏ ତିନି ଦଳର ତୁଙ୍ଗ ନେତାଙ୍କ ଭିତରେ ଭେଟାଭେଟି ପର୍ବ ବି ହେବ ଯାହାକି ଏବେ ବାକି ଅଛି। ଉଦ୍ଧବ ଠାକରେ ଓ ସୋନିଆଙ୍କ ଭିତରେ ଆଲୋଚନା ଏଥିରେ ଅନ୍ତର୍ଭୁକ୍ତ। ଏଣେ ବିଜେପି ନେତା ତାଙ୍କର ହୁଙ୍କାର ଜାରି ରଖିଛନ୍ତି। ଯଦି ମହାରାଷ୍ଟ୍ରରେ ସରକାର ହୁଏ କେବଳ ବିଜେପିର ହିଁ ହେବ ବୋଲି ଦେବେନ୍ଦ୍ର ଫଡନାଭିସ୍‌ ପୁଣି ଥରେ କହିଛନ୍ତି।

Comments are closed.