Odisha Link
Bridging the Missing Links in Odisha

ବାଲିଯାତ୍ରା: ଭିଡ଼ ଦେଖି ଟ୍ୱିଟ୍ କଲା କମିଶନରେଟ୍ ପୁଲିସ୍, କହିଲା..

କଟକ: ଗତକାଲି ଥିଲା ରବିବାର। ଏଥିପାଇଁ ଛୁଟିଦିନରେ ଐତିହାସିକ ବାଲିଯାତ୍ରା ଦେଖିବା ପାଇଁ ପଡ଼ିଆରେ ଜମିଥିଲା ପ୍ରବଳ ଭିଡ଼। ଏଇ ଭିଡ଼କୁ ସମ୍ଭାଳିବାକୁ କମିାନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ହେଲେ ଭିଡ଼ ଏତେ ମାତ୍ରାରେ ହୋଇଥିଲା ଯେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଏକ ଟୁଇଟ ଜାରି କରିଥିଲେ।

କମିଶନରେଟ ପୁଲିସ୍‌ ଏପରି ଭିଡ଼ ଦେଖି ପାର୍କିଂ ପାଇଁ ଆଉ ଯାଗା ନଥିବା ଦର୍ଶାଇ ସନ୍ଧ୍ୟାରେ ଟ୍ୱିଟ୍ କରି ଜଣାଇଥିଲା। ତେବେ ମିଳିଥିବା ସୂଚନା ମୂତାବିକ ପରେ ସ୍ଥିତି ସାମାନ୍ୟ ସୁଧୁରୁଥିଲା। ଯାତ୍ରା ବୁଲିବାକୁ ଆସୁଥିବା ଲୋକେ ପାର୍କିଂ ପ୍ଲେସରେ ଗାଡ଼ି ରଖିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। ଏମିତିକି ଭିଡ଼ ଭିତରେ ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା। ଅପରହାହ୍ନ ୪ଟା ପରଠାରୁ ଭିଡ଼ ଅଧିକ ଅଣାୟତ୍ତ ହୋଇ ପଡିଥିଲା।

Comments are closed.