ବିଦେଶରେ ନାଁ କଲେ ଓଡ଼ିଆ ଝିଅ ସାନ୍ତ୍ୱନା

ନୂଆଦିଲ୍ଲୀ: ବିଦେଶରେ ଚମକିଲେ ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରି ମିସ୍ ଫୋଟୋଜନିକ ଟାଇଟଲ ହାସଲ କରିଛନ୍ତି ସାନ୍ତ୍ୱନା ବି ସିମ୍ରନ। କୋରାପୁଟ ଦାମନଯୋଡିର ଝିଅ ସାନ୍ତ୍ୱନା ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାସଲ କରିଛନ୍ତି ଏହି ସମ୍ମାନ। ଝିଅର ଏହି ସଫଳତାକୁ ନେଇ ପରିବାର ଲୋକେ ବେଶ ଗର୍ବିତ ଥିବା ବେଳେ ଆଗକୁ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହେବାକୁ ଲକ୍ଷ୍ୟ ରଖିଛନ୍ତି ସାନ୍ତ୍ୱନା । ଏହି ଅବସରରେ ସାନ୍ତ୍ୱନା କହିଛନ୍ତି , ସେ ମଡେଲିଂକୁ କ୍ୟାରିଅର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।