Odisha Link
Bridging the Missing Links in Odisha

ଇସ୍ତଫା ଦେଲେ ଗୁଣ୍ଡୁ ରାଓ ଓ ସିଦ୍ଧରେମୈୟା, କହିଲେ ..

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନରେ ବାଜିମାତ୍‌ ମାରିଛି ବିଜେପି। ଅନ୍ୟପଟେ କଂଗ୍ରେସକୁ ଲାଗିଛି ଝଟକା। ୧୫ଟି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ୧୨ଟିରେ ଜିତିଥିବା ବେଳେ କଂଗ୍ରେସ ୨ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଦଖଲ କରିଛନ୍ତି।ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଆଜି କଂଗ୍ରେସର କର୍ଣ୍ଣାଟକା ମୁଖ୍ୟ ଦୀନେଶ ଗୁଣ୍ଡୁ ରାଓ ଓ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରେମୈୟା ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଗୁଣ୍ଡୁ ରାଓ କହିଛନ୍ତି, “ମୁଁ ହାଇକମାଣ୍ଡଙ୍କ ସହ କଥା ହୋଇଛି। ମୋ ନିଷ୍ପତ୍ତି ସମ୍ପର୍କରେ ଏଆଇସିସି ସାଧାରଣ ସମ୍ପାଦକଙ୍କୁ ଜଣାଇଛି। ମୋ ଇସ୍ତଫାପତ୍ର ମୁଁ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେବି।”

ସିଦ୍ଧରମୈୟା କହିଛନ୍ତି, “କର୍ଣ୍ଣାଟକା ଉପ ନିର୍ବାଚନରେ ମିଳିଥିବା ଜନାଦେଶକୁ ମୁଁ ଗ୍ରହଣ କରୁଛି। ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ମୁଁ ନିଜକୁ ଦାୟୀ କରୁଛି। ଏଥିସହ ମୁଁ କଂଗ୍ରେସ ବିଧାୟକ ଦଳ ନେତା ଓ ବିରୋଧୀ ଦଳ ନେତା ପଦରୁ ମଧ୍ୟ ଇସ୍ତଫା ଦେଉଛି। ମୋତେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମୁଁ ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ ଦେଉଛି। ଆଗକୁ ମୁଁ କଂଗ୍ରେସକୁ ଅଧିକ ସଶକ୍ତ କରିବା ପାଇଁ କାର୍ଯ୍ୟ କରିବି।”

Comments are closed.