Odisha Link
Bridging the Missing Links in Odisha

ଓଡ଼ିଶା-ଛତିଶଗଡ଼ ରଣଜୀ ମ୍ୟାଚ: ଚମକିଲେ ରାଜେଶ, ୧୩୪ରେ ଅଲଆଉଟ ଛତିଶଗଡ଼

ଭୁବନେଶ୍ବର: ଚଳିତ ସିଜିନର ପ୍ରଥମ ରଣଜୀ ମ୍ୟାଚରେ ଚମକିଲେ ଓଡ଼ିଶା ରଣଜୀ ଦଳର ପେସ୍‌ ବୋଲର। ଓଡ଼ିଶା ରଣଜୀ ଟିମର ପେସ୍‌ ବୋଲର ରାଜେଶ ମହାନ୍ତି ପ୍ରଥମ ମ୍ୟାଚରେ ଦମ୍‌ ଦେଖାିଛନ୍ତି। ସେ ମାତ୍ର ୪୭ ରନ୍‌ ଦେଇ ୬ ଓ୍ଵିକେଟ୍‌ ଦଖଲ କରିବା ଯୋଗୁଁ ଓଡ଼ିଶା ଦଳ ଛତିଶଗଡ଼କୁ ମାତ୍ର ୧୩୪ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଛି। ଛତିଶଗଡ଼ର ରାୟପୁର ଠାରେ ଚାଲିଥିବା ଏହି ମ୍ୟାଚ୍‌ରେ ରାଜେଶଙ୍କୁ ସହଯୋଗ ଦେଇ ବରିଷ୍ଠ ପେସ୍‌ ବୋଲର୍‌ ବସନ୍ତ ମହାନ୍ତି ୨୪ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

ଆଜି ସକାଳେ ଓଡ଼ିଶା ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲେ। ତେବେ ରାଜେଶ ଓ ବସନ୍ତଙ୍କ ପେସ୍‌ ବୋଲିଂ ଆଗରେ ଦୁର୍ବଳ ଛତିଶଗଡ଼ ଦଳ ମାତ୍ର ୫୨.୨ ଓଭରରେ ୧୩୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଆଠ ନମ୍ବର ବ୍ୟାଟ୍ସମ୍ୟାନ୍‌ ମଣ୍ଡଳ ସର୍ବାଧିକ ୪୭ ରନ୍‌ କରିବା ଫଳରେ ଘରୋଇ ଦଳ ୧୦୦ ରନ୍‌ ଟପି ପାରିଥିଲା। ଦଳର ୭ ଜଣ ବ୍ୟାଟ୍‌ସମ୍ୟାନ୍‌ ୯ ରନ୍‌ ତଳକୁ ସ୍କୋର କରିଥିଲେ।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ ତାର ପ୍ରଥମ ଇନିଂସରେ ୩ଓ୍ବିକେଟ ହରାଇ ମୋଟ ୪୮ ରନ୍‌ କରିଛି। ବିପ୍ଲବ ସାମନ୍ତାରାୟ (୪) ଓ ଗୋବିନ୍ଦ ପୋଦ୍ଦାର(୦) କ୍ରିଜରେ ଅପରାଜିତ ଅଛନ୍ତି।

Comments are closed.