Odisha Link
Bridging the Missing Links in Odisha

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅଚାନକ ବାଲେଶ୍ୱରର ଉତ୍କଳ ବାଳାଶ୍ରମ ଓ ସଦର ହସ୍‌ ପିଟାଲ୍‌ ଗସ୍ତ

ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଲେଶ୍ୱର ଜିଲ୍ଲା ଗସ୍ତ ସମୟରେ ଅଚାନକ ବାଲେଶ୍ୱରସ୍ଥିତ ଉତ୍କଳ ବାଳାଶ୍ରମ ପରିଦର୍ଶନ କରି ଅନ୍ତେବାସୀମାନଙ୍କୁ ଭେଟିଥିଲେ । ଗସ୍ତ ସମୟରେ ପିଲାମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ, ରହିବା ବ୍ୟବସ୍ଥା ବୁଲି ଦେଖିଥିଲେ ।

ପିଲାମାନେ ରାତିରେ ମଶାରୀ ଟାଙ୍ଗି ଶୋଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ନିଜେ ସବୁବେଳେ ସଫାସୁତୁରା ରହିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହିତ ପରିବେଶକୁ ପରିଷ୍କାର ରଖିବା ପାଇଁ କହିଥିଲେ । ଏହି ଅବସରରେ ମନ୍ତ୍ରୀ ସ୍ୱାଇଁ ପିଲାମାନେ ନିୟମିତ ହାତ ଓ ଗୋଡ଼ର ନଖ କାଟୁଛନ୍ତି କି ନାହିଁ ଦେଖିଥିଲେ ।

କିଛି ପିଲାଙ୍କ ନଖକୁ ମନ୍ତ୍ରୀ ସ୍ୱାଇଁ ନିଜେ କାଟିଥିଲେ । ଏହି ଅବସରରେ ମନ୍ତ୍ରୀ ବାଳାଶ୍ରମ ପକ୍ଷରୁ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ତେବାସୀଙ୍କ ସହ କଥା ହୋଇଥିଲେ । ବାଲେଶ୍ୱର ଗସ୍ତ ସମୟରେ ମନ୍ତ୍ରୀ ସ୍ୱାଇଁ ବାଲେଶ୍ୱର ସଦର ହସ୍‌ ପିଟାଲ୍‌ ପରିଦର୍ଶନ କରି ଚିକିତ୍ସା ସୁବିଧା ବୁଲି ଦେଖିବା ସହ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ ।

ହସ୍‌ ପିଟାଲ୍‌ରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଆଣ୍ଡ ସେବା ପକ୍ଷରୁ ମାଗଣାରେ ବଣ୍ଟନ କରାଯାଉଥିବା ଖାଦ୍ୟକୁ ମନ୍ତ୍ରୀ ଖାଇଥିଲେ । ଗତକାଲି ଘଟିଥିବା ସଡ଼କ ଦୁର୍ଘଟଣାରେ ପୁରୀ ଜିଲ୍ଲାର ମୃତକଙ୍କ ପ୍ରତି ମନ୍ତ୍ରୀ ସମବେଦନା ଜଣାଇବା ସହ ଆହତମାନଙ୍କୁ ହାସ୍‌ ପାତାଲ ପରିସରରେ ଭେଟି ଚିକିତ୍ସା କଥା ପଚାରି ବୁଝିଥିଲେ । ଏହି ଅବସରରେ ମନ୍ତ୍ରୀ ମୃତକମାନଙ୍କର ଶେଷକୃତ୍ୟ ଏବଂ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ନିମନ୍ତେ ପରିବାରବର୍ଗଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରିଥିଲେ ।

ଏତଦ୍‌ବ୍ୟତୀତ ସର୍କିଟ୍‌ ହାଉସ୍‌ରେ ମନ୍ତ୍ରୀ ସ୍ୱାଇଁ ଜିଲ୍ଲା ଯୋଗାଣ ଅଧିକାରୀ, ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ଙ୍କ ସହିତ ଜିଲ୍ଲାରେ ଧାନସଂଗ୍ରହର ସଦ୍ୟତମ ସ୍ଥିତି ଓ ଅଗ୍ରଗତି ସଂ ପର୍କରେ ଆଲୋଚନା କରିଥିଲେ ।

ଜିଲ୍ଲାରେ ଧାନସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ମନ୍ତ୍ରୀ ସ୍ୱାଇଁ ଜଳେଶ୍ୱର ଓ ବସ୍ତା ଅଞ୍ଚଳ ଗସ୍ତ କରି ବିଭିନ୍ନ ଚାଷୀମାନଙ୍କ ସହିତ ଧାନଚାଷ ସଂ ପର୍କରେ ଆଲୋଚନା କରିଥିଲେ ।

Comments are closed.