Odisha Link
Bridging the Missing Links in Odisha

ଆଇଟିର ବିକାଶ ପାଇଁ ଏହି ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବେ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବେସବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ପୂର୍ବାହ୍ନରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ତଥା ଆଇଟିବିଟି ମନ୍ତ୍ରୀ ଡ. ଅଶ୍ୱଥ ନାରାୟଣଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।

ଏଥିରେ ଉଭୟଙ୍କ ମଧ୍ୟରେ ଆଇଟି ନୀତି, ପୁଞ୍ଜିନିବେଶ ସୁଯୋଗ ସହ ଆଇଟି କ୍ଷେତ୍ରରେ ଉଭୟ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା । ଓଡ଼ିଶାରେ ଆଇଟି ଇକୋ-ସିଷ୍ଟମ୍‌ ବିକାଶ ଓ ସହଯୋଗ ଉ ପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ସୂତ୍ରକୁ ଅନୁ ପାଳନ ପାଇଁ ଆଇଟି କ୍ଷେତ୍ରକୁ ଅଧିକ ସୁଦୃଢ଼ୀକରଣ ଉପରେ ରାଜ୍ୟ ଗୁରୁତ୍ୱ ଦେଉଛି । ଏଥି ପାଇଁ ଆଇଟି ଇକୋ-ସିଷ୍ଟମ୍‌ର ବିକାଶ ଲାଗି ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଉଭୟ ରାଜ୍ୟରେ ଆଇଟି କ୍ଷେତ୍ରରେ ଥିବା ସମାନ ସମସ୍ୟାର ସମାଧାନ ନିମନ୍ତେ ଉଭୟ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଅଲୋଚନାରେ ମତ ପ୍ରକାଶ ପାଇଥିଲା । ଓଡ଼ିଶାକୁ ଏକ ଆଇଟି ହବ୍‌ରେ ପରିଣତ କରିବା ସହିତ ରାଜ୍ୟରେ ପୁଞ୍ଜିନିବେଶ ପାଇଁ କମ୍ପାନୀମାନଙ୍କୁ ସବୁ ପ୍ରକାର ସହଯୋଗରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବା ଉପରେ ଆଲୋଚନା ହୋଇଥିଲା ।

ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବେଶ୍‌ ସଫଳ ହୋଇଥିବାବେଳେ ଆଗାମୀ ଦିନରେ ରାଜ୍ୟ ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିବା ଦିଗରେ ଏ ପରି ପ୍ରୟାସ ସହାୟକ ହେବ । ଏହି ବୈଠକରେ କର୍ଣ୍ଣାଟକ ସରକାରଙ୍କ ଆଇଟିବିଟି ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଆସନ୍ତାକାଲି ମନ୍ତ୍ରୀ ବେହେରା ଆଇଟି କମ୍ପାନୀର ସିଇଓମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.