Odisha Link
Bridging the Missing Links in Odisha

ମୁଶାରଫଙ୍କୁ ଭାରତୀୟ ନାଗରିକତା ଦେଇପାରିବା: ସୁବ୍ରମଣ୍ୟନ୍‌ ସ୍ବାମୀ

ଭୁବନେଶ୍ବର: ପାକିସ୍ତାନର ପୂର୍ବତନ ରାଷ୍ଟ୍ରମୁଖ୍ୟ ତଥା ପୂର୍ବତନ ସେନାଧ୍ୟକ୍ଷ ପରଭେଜ୍‌ ମୁଶାରଫ୍‌ଙ୍କୁ ଆମେ ଭାରତର ନାଗରିକତା ଦେଇପାରିବା ବୋଲି କହିଛନ୍ତି ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ୍‌ ସ୍ବାମୀ।

ସ୍ବାମୀ ଆଜି ପୂର୍ବାହ୍ଣରେ ଏକ ଟ୍ବିଟ୍‌ରେ ଲେଖିଛନ୍ତି ଯେ, ମୁଶାରଫ୍‌ ଦରିଆଗଞ୍ଜ୍‌ ବାସିନ୍ଦା ଓ ଉତ୍ପୀଡ଼ନ ଭୋଗୁଥିବାରୁ ଆମେ ତାଙ୍କୁ ତ୍ବରିତ ନାଗରିକତା ଦେଇପାରିବା। ଆଗକୁ ଆସୁଥିବା ନୂଆ ନାଗରିକତା ସଂଶୋଧନ ଆଇନରେ ସମସ୍ତ ଆତ୍ମଜ୍ଞାନୀ ହିନ୍ଦୁ ବଂଶଜଙ୍କୁ ନାଗରିକତା ଦିଆଯାଇପାରିବ।

ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରୁ ମୁଶାରଫ୍‌ଙ୍କ ପରିବାର ପାକିସ୍ତାନ ଯାଇଥିବା ବେଳେ ଏବେ ରାଜଦ୍ରୋହ ଅପରାଧରେ ଇସଲାମାବାଦର ସ୍ବତନ୍ତ୍ର ନ୍ୟାୟାଳୟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛି।

Comments are closed.