Odisha Link
Bridging the Missing Links in Odisha

ବିଭାଗୀୟ ସ୍ଥାୟୀ କମିଟି ୨ଙ୍କର ନବମ ବୈଠକ

ଭୁବନେଶ୍ୱର : ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୨ଙ୍କର ନବମ ବୈଠକ ବିଧାୟକ ଡ. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ବିଧାନସଭାରେ ୧୨ ଜୁଲାଇ ୨୦୧୯ରେ ବିଧାନସଭାରେ ଉପସ୍ଥାପିତ ହୋଇଥିବା ଜଳସଂପଦ ବିଭାଗ ସଂପର୍କିତ କମିଟିର ପ୍ରଥମ ରିପୋର୍ଟର ସୁପାରିଶ ଓ ମନ୍ତବ୍ୟ ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା ।

ଏହି ବୈଠକରେ କମିଟିର ସଭ୍ୟ, ଜଳସଂପଦ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ବିଧାନସଭାର ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.