Odisha Link
Bridging the Missing Links in Odisha

କାଲି ଠାରୁ ଅନ୍ତର୍ଜାତୀୟ ଧଉଳି ଚିତ୍ରକଳା ଦିବସ

ଭୁବନେଶ୍ବର: କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଧଉଳି ଚିତ୍ରକଳା ଦିବସ। ଏହି ଉତ୍ସବକୁ ଧୁଲି ଚାରୁକଳା ମହାବିଦ୍ୟାଳୟ ଆୟୋଜନ କରୁଛି। ଶାନ୍ତିସ୍ତୂନ ଧୁଳିର ପାଦଦେଶରେ ଉଡିବ ବିଭିନ୍ନ ଦେଶର ରଙ୍ଗବେରଙ୍ଗ ଜାରୀୟ ପତାକା। ଏହି ଉତ୍ସବକର ଯୋଗ ଦେବେ ବିଭିନ୍ନ ଦେଶର ନାମୀ ଦାମୀ ଚିତ୍ରଶିଳ୍ପୀ ଏବଂ ପ୍ରଦର୍ଶିତ ହେବ ସେମାନଙ୍କର କଳାକୃତି। ଭାରତ ସମେତ ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ, ନେପାଳ, ବାଂଲାଦେଶ, ଜାପାନ, ସୁଇଜରଲାଣ୍ଡ ଇତ୍ୟାଦି ଦେଶର ଶିଳ୍ପୀମାନେ ଏହି ଉତ୍ସବରେ ଯୋଗଦେବେ।

ଭିନ୍ନ ଭିନ୍ନ ଦେଶର କଳା, ସଂସ୍କୃତି, ପରମ୍ପରା ଗୋଟିଏ ମଣ୍ଡପରେ ସ୍ଥାନୀତ ହେବ। ଏହି ଉତ୍ସବରେ ଭୁବନେଶ୍ବର ନିକଟରେ ଥିବା ଚନ୍ଦକା-ଡକ୍‌ପଡା ହସ୍ତୀ ଅଭୟାରଣ୍ୟର ଜଙ୍ଗଲରେ ଘେର ମଧ୍ୟରେ ରହୁଥିବା ଆଦିବାସୀ ପଲ୍ଲୀର ବିଦ୍ୟାର୍ଥୀମାନେ ମଧ୍ୟ ସାମିଳ ହେବେ। ବଣ ମଲ୍ଲୀ ବଣରେ ଫୁଟି ଯେପରି ଝଡି ନ ପଡୁ ସେଥିପାଇଁ ମହାବିଦ୍ୟାଳୟ ପକ୍ଷରୁ ଗତ ୩ ବର୍ଷ ଧରି ଏହି ନିଆରା ପ୍ରୟାସ ହାତକୁ ନିଆଯାଇଛି। ସେମାନଙ୍କ ଲୁକ୍କାୟିତ ପ୍ରତିଭା, ସୃଜନଶୀଳତାକୁ ଲୋକଲୋଚନକୁ ଆଣିବା ସହ ଆଦିବାସୀ କଳା ଓ ସଂସ୍କୃତିର ବିକାଶ ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ମହୋବିଦ୍ୟାଳୟର ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ଜାନୁଆରୀ ୧୧ରୁ ୧୩ ତାରିଖ ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଚିତ୍ରକଳା ଉତ୍ସବର ପ୍ରଥମ ଦିବସରେ ସକାଳ ୯ ଘଟିକାରେ ଏକ ସ୍ପଟ୍‌ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଗ୍ରହୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇ ପାରିବେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Comments are closed.