Odisha Link
Bridging the Missing Links in Odisha

ପାରଳା ମହାରାଜାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ବିକ୍ରମ

ଭୁବନେଶ୍ୱର : ପାରଳା ମହାରାଜା ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତି ଦେବଙ୍କ ପରଲୋକରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଆରୁଖ କହିଛନ୍ତି, ଶ୍ରୀ ଗୋ ପୀନାଥ ଗଜ ପତି ଜଣେ ଲୋକ ପ୍ରିୟ ରାଜନେତା ଭାବେ ଦୁଇଥର ବ୍ରହ୍ମ ପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ ।

ଜଣେ କ୍ରିୟାଶୀଳ ସାଂସଦ ଭାବେ ନିଜର ନିର୍ବାଚନ ମଣ୍ଡଳୀ ସାମଗ୍ରିକ ବିକାଶ ନିମନ୍ତେ ସେ ସର୍ବଦା ତତ୍ପରତା ପ୍ରକାଶ କରି ଆସୁଥିଲେ । ତାଙ୍କର ପରଲୋକ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି । ମନ୍ତ୍ରୀ ଆରୁଖ ଗୋପୀନାଥ ଗଜ ପତି ଦେବଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ଆତ୍ମୀୟସ୍ୱଜନଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ‘।

Comments are closed.