Odisha Link
Bridging the Missing Links in Odisha

ସରକାରୀ ହିସାବ କମିଟିଙ୍କ ନବମ ବୈଠକ

ଭୁବନେଶ୍ୱର : ସରକାରୀ ହିସାବ କମିଟିଙ୍କ ନବମ ବୈଠକ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ଉକ୍ତ କମିଟି ଅନ୍ତର୍ଗତ ସବ୍‌କମିଟିମାନଙ୍କର ୨୦୧୮-୧୯ ବର୍ଷର ଚିଠା ରିପୋର୍ଟ ଗୁଡ଼ିକୁ ଚୂଡାନ୍ତ କରିବା ସଂପର୍କରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଭାରତୀୟ ଜନତା ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ସମେତ କମିଟିର ସଭ୍ୟ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.