Odisha Link
Bridging the Missing Links in Odisha

ଭାରତୀୟ ବୈଜ୍ଞାନିକ ଆବିଷ୍କାର କଲେ କରୋନା ପ୍ରତିଷେଧକ!

ନୂଆଦିଲ୍ଲୀ: ଦିନକୁ ଦିନ ନିଜର କାୟା ବିସ୍ତାର କରି ଅଣାୟତ୍ତ କଲାଣି କରୋନା ଭାଇରସ। କରୋନା ଭାଇରସରୁ ବର୍ତ୍ତିବା ପାଇଁ ଭେକସିନ ପ୍ରସ୍ତୁତ କରିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରୁଥିବା ବେଳେ ଅଷ୍ଟ୍ରେଲିଆର ଏକ ଗବେଷଣା ସଂସ୍ଥାରେ ଜଣେ ପ୍ରବାସୀ ଭାରତୀୟ କରୋନାର ପ୍ରତିଷେଧକ ଆବିଷ୍କାର କରିଛନ୍ତି। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଅଷ୍ଟ୍ରେଲିଆର କମନ୍‌ୱେଲ୍‌ଥ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ର ଲାବ୍‌ରେ କରୋନା ଭାଇରସ ଉପରେ ଗବେଷଣା କରାଯାଇଥିଲା। ଗତ ସପ୍ତାହରେ ଜଣେ ବ୍ୟକ୍ତିଙ୍କ ସାମ୍ପଲରୁ ମିଳିଥିବା ଭାଇରସକୁ ଆଇସୋଲେଟ( ମୁକ୍ତ) କରିବାରେ ସଫଳ ହୋଇଥିଲେ। ଏହି ଗବେଷଣାର ଉପଲବ୍ଧି ବାବଦରେ ସୂଚନା ଦେଇ ଗବେଷଣ ଟିମ୍‌ ନେତୃତ୍ୱ ନେଉଥିବା ପ୍ରଫେସର ଏସଏସ ଭାସନ ଭାରତୀୟ ଡାକ୍ତରଙ୍କୁ ଧନ୍ୟବାଦ ଦେବା ସହ ଏହା ସାହାଯ୍ୟରେ ଖୁବ୍‌ ଶୀଘ୍ର କରୋନାର ପ୍ରତିଷେଧକ ମଧ୍ୟ ବାହାର କରିହେବ ବୋଲି କହିଛନ୍ତି। ଭାସନ କହିଛନ୍ତି, ଅଷ୍ଟ୍ରେଲିଆରେ ଆନିମଲ ହେଲ୍‌ଥ ଲାବରେ ମୋର ସହଯୋଗୀ ଏହି ରୋଗ ଉପରେ ଅଧିକ ଗବେଷଣା କରୁଛନ୍ତି।

ସୂଚନାଯୋଗ୍ୟ, ବି.ଆଇ.ଟି.ଏସ୍. ପିଲାନି ଏବଂ ଆଇ.ଆଇ.ଏସ୍‌ .ସି. ବେଙ୍ଗାଲୁରୁର ଆଲୁମୁନି ହେଉଛନ୍ତି ଭାସନ। ସ୍କଲାରଶିପ ପାଇବା ପରେ ଅକ୍ସଫୋର୍ଡ଼ର ଟ୍ରିନିଟି କଲେଜରେ ସେ ପାଠ ପଢ଼ୁଥିଲେ। ସେଠାରେ ସେ ଡାକ୍ଟରେଟ ପାସ କରିବା ପରେ ଡେଙ୍ଗୁ, ଚିକେନଗୁନିଆ ଏବଂ ଜିକା ଭଳି ଭଳି ଭାଇରସର ନିରାକରଣ ପାଇଁ କାମ କରିଛନ୍ତି।

Comments are closed.