Odisha Link
Bridging the Missing Links in Odisha

ବିବାହବନ୍ଧନରେ ଆବଦ୍ଧ ହେଲେ ଓଲିଉଡର ନାୟକ ଅମ୍ଳାନ

 ଭୁବନେଶ୍ବର :  ସିନେମାରେ ବିବାହର ଅଭିନୟ କରି ଆଜି ସତକୁ ସତ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ଅମ୍ଳାନ ଦାସ । ସେ ନିଜ ପିତା ମିହିର ଦାସଙ୍କ ପଥକୁ ଅନୁସରଣ କରି ଏସ୍‌.କେ.ମୁରଲୀ ଧରନଙ୍କ ନିର୍ଦେଶିତ ସିନେମ ‘ଟାର୍ଗେଟ୍‌’ରୁ ଓଲିଉଡରେ ଏଣ୍ଟ୍ରି କରିଥିଲେ ।

ଅମ୍ଳାନ ‘ଟାର୍ଗେଟ’, ‘ତୁ ମୋ ଦେହର ଛାଇ’, ‘ପାଗଳ କରିଛୁ ତୁ’, ‘ଗୋଲାପି ଗୋଲାପି’, ‘କଲେଜ୍‌ ଟାଇମ୍‌’, ‘ନୂଆ ନୂଆ ପ୍ରେମରେ’, ‘ସପନର ପଥେ ପଥେ’, ‘ବଜରଙ୍ଗୀ’ ଓ ‘ଫ୍ରମ୍ ମି ଟୁ ୟୁ’ ପରି ଅନେକ ହିଟ ସିନେମାରେ କାମ କରିଛନ୍ତି ।

ତେବେ କହି ରଖୁଛୁ ଗତ ୨୦୧୯ ଡିସେମ୍ବର ମାସ ୮ ତାରିଖରେ ଅମ୍ଳାନଙ୍କର ନିର୍ବନ୍ଧ ହୋଇଥିଲା। ତାଙ୍କର ଜୀବନସାଥୀ ଭୂମିକା କିନ୍ତୁ ସିନେମାଦୁନିଆ ସହ ଜଡ଼ିତ ନୁହନ୍ତି । ଆଜି ସେ କଟକର ସିଡିଏ ସେକ୍ଟର ୮ରେ ଥିବା ତାଙ୍କର ବାସଭବନରେ ଭୂମିକାଙ୍କ ପାଣିଗ୍ରହଣ କରିଛନ୍ତି । ଏହି ବିବାହ ଉତ୍ସବରେ ଅମ୍ଳାନଙ୍କ ପିତା ମିହିର ଦାସଙ୍କ ସମେତ କେତେକ ପ୍ରିୟ ପରିଜନ ଉପସ୍ଥିତ ଥିବା ଜଣାଯାଇଛି ।

Comments are closed.