Odisha Link
Bridging the Missing Links in Odisha

ଜାତୀୟସ୍ତରୀୟ ହସ୍ତତନ୍ତ ମେଳା

ଭୁବନେଶ୍ବର : ଆଜି ଜାତୀୟସ୍ତରୀୟ ହସ୍ତତନ୍ତ ମେଳା,୨୦୨୦, ଭୁବନେଶ୍ୱରରେ ବରଗଡ଼ ଜିଲ୍ଲାର ଦୁଇଜଣ ପଶାପାଲି ବସ୍ତ୍ର ବୁଣାକାର ପ୍ରେମଚାନ୍ଦ ମେହେର, ଗ୍ରାମ-ବନହର, ଅତାବିରା ବ୍ଲକ ଓ ବସନ୍ତ କୁମାର ମେହେର, ଗ୍ରାମ-ଗୁଡ଼େଶିରା, ବରଗଡ଼ ବ୍ଲକ ଙ୍କୁ ବୟନିକା ତରଫରୁ ‘ବୟନ ସ୧ାନ’ ରେ ସମ୍ମାନୀତ କରାଗଲା ।

ଶାଢୀ ଡ୍ରେସ୍‌ସେଟ୍ ଓ ଡ୍ରେସ୍ ମ୍ୟାଟେରିଆଲ୍‌, ରୁମାଲ୍‌, ସାର୍ଟ କପଡ଼ା, ଲମ୍ବା ଥାନ, ବେଡ଼ସିଟ୍ ଓ ୱାଲ୍ ହ୍ୟାଙ୍ଗିଙ୍ଗ୍ ଆଦି ପଶାପାଲି ବସ୍ତ୍ରର ଗ୍ରାହକ ମାନଙ୍କ ମଧ୍ୟରେ ବିଶେଷ ଚାହିଦା ରହିଅଛି । ଟାଣି ଓ ଭରଣି ଦୁଇପଟେ ବାନ୍ଧ ସୂତା ବ୍ୟବହାର କରି ଛବି ର ଏକ ସଲିଡ଼ ରୁପ ଦିଆଯାଏ ।

ଏହାକୁ ଡବଲ୍‌ ଇକତ୍ କୁହାଯାଏ । ପଶାପାଲି ବସ୍ତ୍ର ଏହି ଡବଲ୍ ଇକତ୍ ବାନ୍ଧ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ସମ୍ବଲପୁରୀ ଇକତ୍ ମଧ୍ୟରେ ଡବଲ୍ ଇକତ୍ ରେ ପ୍ରସ୍ତୁତ ହେଉଥିବା ‘ପଶାପାଲି ବସ୍ତ୍ର’ ଗ୍ରାହକ ମାନଙ୍କ ମଧ୍ୟରେ ବିଶେଷ ଚାହିଦା ରହିଅଛି ।

ଏହି ପଶାପାଲି ନାମଟି ପଶା ଓ ପାଲି ନାମକ ଦୁଇଟି ଶବ୍ଦ କୁ ନେଇ ନାମିତ କରାଯାଇଅଛି । ‘ପଶା’ ଅର୍ଥ ପଶାକାଠି ଓ ‘ପାଲି’ ଚେସ୍ ବୋର୍ଡ଼ର ଚେକ୍ ପ୍ୟାଟନ୍‌ର୍ ର କଲର ପରି ଦୃଶ୍ୟମାନ ହୁଏ । ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୁଣାକାର ସେବା କେନ୍ଦ୍ରର ଉପ ନିର୍ଦ୍ଦେଶକ, ୱାଇ. କେ. ସୁର୍ଯ୍ୟବଂଶୀ ମହୋଦୟ ଉଦ୍‌ଘାଟନ କରିଥିଲେ ।

ବୟନିକା ଦ୍ୱାରା ଆୟୋଜିତ ଏହି ମେଳାକୁ ସେ ଭୂରିଅଶୀ ପ୍ରଶଂସା କରିବା ସହିତ ମତବ୍ୟକ୍ତ କରିଥିଲେ ଯେ ଓଡ଼ିଶା ସମେତ ୧୬ଟି ରାଜ୍ୟ ଏହି ମେଳାରେ ଭାଗ ନେଉଛନ୍ତି । ଏଣୁ ଗୋଟିଏ ଯାଗାରେ ଦେଶର ସମସ୍ତ ହସ୍ତତନ୍ତ ସାମଗ୍ରୀ ଉପଲବ୍ଦ ।

ଏହା ଗ୍ରାହକମାନଙ୍କ ପାଇଁ ଏକ ବଡ଼ ସୁଯୋଗ । ଅନ୍ୟ ପକ୍ଷରେ, ବିଭିନ୍ନ ରାଜ୍ୟରୁ ଆସୁଥିବା ବୁଣାକାରମାନେ ପରସ୍ପର ସହ ମତ ଓ ବୟନ ଶୈଳୀର ଆଦାନ ପ୍ରଦାନ କରି ମାର୍କେଟ୍‌ ଚାହିଦା ମୁତାବକ ନୂତନ ଡିଜାଇନ୍‌ର ବସ୍ତ୍ର ଉତ୍ପାଦନ ପାଇଁ ସକ୍ଷମ ହୋଇପାରିବେ ।

ଏହାପରେ ଓଡ଼ିଶାର ଖ୍ୟାତି ସମ୍ପନ୍ନ ପ୍ରାର୍ଥନା ମଂଚ ର ପ୍ରାୟୋଜକ ବିଭୂ ପ୍ରସାଦ ନନ୍ଦ ଓ ସାଥୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ପ୍ରିୟଙ୍କା ସ୍ୱାଇଁ, କାହ୍ନା ମିଶ୍ର, ପ୍ରଭୁ ପ୍ରସାଦ ନନ୍ଦ ଆଦିଙ୍କ କଣ୍ଠରୁ ସୁମଧୁର ଭଜନ ଦର୍ଶକଙ୍କୁ ବିମୋହିତ କରିଥିଲା ।

ଆଗାମୀ କାଲି ଏହି ମେଳାରେ ସୁନୀଲ ପରିଡ଼ା ଙ୍କ ଦ୍ୱାରା ମୁମ୍ବାଇ ନାଇଟ୍ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଅଛି । ସୁନୀଲ ପରିଡ଼ା ମହ୧ଦ ରଫିଙ୍କର ନୂତନ ଅବତାରଣ ଭାବେ ଅତି ଜଣାଶୁଣା ।

Comments are closed.