Odisha Link
Bridging the Missing Links in Odisha

୩ ଦିନର ଶିଶୁକୁ ନୁଆ ଜୀବନ ଦେଲା ନାରାୟଣ ହେଲ୍‌ଥ

ଭୁବନେଶ୍ୱର : ନ୍ୟାସ୍‌ନାଲ୍ ଫ୍ୟାମିଲି ହେଲ୍‌ଥ ସର୍ଭେ ଅନୁଶାରେ ଶିଶୁ ମୃତ୍ୟୁ ହାର ( ଆଇ.ଏମ୍‌.ଆର୍‌) ଭାରତରେ ୧୦୦୦ରୁ ୩୪ କେବଳ ଜନ୍ମମୃତ୍ୟୁ ହିଁ ହୋଇଥାଏ, ଯେଉଁଥିରୁ ୧୦ ପ୍ରତିସତ ଶିଶୁ କେବଳ ହୃଦ୍‌ରୋଗ ଜନିତ ରୋଗ କାରଣରୁ ପ୍ରାଣ ହରାଇଥାନ୍ତି ।

ବିକଶିଳ ଦେଶମାନଙ୍କରେ “ବ୍ଲୁ ବେବି” ଏକ ଚିନ୍ତାର ବିଷୟ ପାଲଟିଛି, ଖାସ୍‌ କରି ଗ୍ରାମିଣ ଅଚଂଳମାନଙ୍କରେ । ଏହି ପ୍ରକାର ଶିଶୁମାନେ ଏକ ହୃଦ୍‌ରୋଗ ଜନିତ ରୋଗ ସହିତ ଜନ୍ମନେଇଥାନ୍ତି ଓ ଏମାନଙ୍କୁ ତୁରନ୍ତ ସଠିକ୍ ଚିକିତ୍ସାର ଅବଶ୍ୟକତା ଥାଏ ।

ନିକଟରେ ପ୍ରକାଶ ପାଇଥିବା ତଥ୍ୟ ଅନୁଶାରେ ଓଡିଶାରେ ମଧ୍ୟ ପ୍ରତି ୨୪ ଘଣ୍ଟାରେ ୨୩ ଜଣ ହୃଦ୍‌ରୋଗ ଜନିତ ରୋଗରୁ ମୃତ୍ୟୁମୁଖରେ ପଡୁଛନ୍ତି । କିଛିକ୍ଷେତ୍ରରେ ନବଜନ୍ମିତ ଶିଶୁ ମଧ୍ୟ ଏହାର ଶିକାର ହେଉଛନ୍ତି, ଯାହା ସ୍ପଷ୍ଠ ସୁଚାଉଛି କି ଆସନ୍ତା ପିଢି ପ୍ରତି ମଧ୍ୟ ଏହି ରୋଗର ଆସଙ୍କା ରହିଛି ।

ଏହି ଦିଗରେ ସଚେତନତା ସୃଷ୍ଠିକରିବା ସହିତ ଓଡିଶାରେ ସଠିକ୍ ସମୟରେ ଚିକିତ୍ସା ଉପଲବ୍ଧ କରିବା ପାଇଁ ନାରାୟଣ ହେଲ୍‌ଥ ସର୍ବଦା ଚେଷ୍ଠା କରିଥାଏ । ନିକଟରେ ବ୍ରହ୍ମାନନ୍ଦ ନାରାୟଣ ମଲ୍ଟିସ୍ପେସାଲିଟି ହସ୍ପିଟାଲ୍ ଏକ ୩ ଦିନର ଶିଶୁକୁ ଚିକିତ୍ସା କରିବାରେ ସଫଳ ହୋଇଛି, ଯାହାରକି ଜନ୍ମରୁ ହିଁ ଫୁସ୍‌ଫୁସ୍ ଧମନି ନଥିଲା ।

ଏହି ସଫଳ ଚିକିତ୍ସା ହୃଦ୍‌ରୋଗ ଏବଂ ଶିଶୁରୋଗ ବିଶେଷଜ୍ଞ ଡଃ.ପଙ୍କଜ୍ କୁମାର ଗୁପ୍ତାଙ୍କ ତତ୍ୱବଧାନରେ ତଥା ଏଚ୍‌.ଓ.ଡି,ଆନେଷ୍ଟଥିଆ ଡଃ. ଉମେଶ ପ୍ରସାଦ ଏବଂ ହୃଦ୍‌ରୋଗ ବିଶେଷଜ୍ଞ ଡଃ. ଅଭୟ କ୍ରିଷ୍ନାଙ୍କ ଉପସ୍ଥିତିରେ ହୋଇଥିଲା । ହୃଦ୍‌ରୋଗ ଏବଂ ଶିଶୁରୋଗ ବିଶେଷଜ୍ଞ ଡଃ.ପଙ୍କଜ୍ କୁମାର ଗୁପ୍ତା କହିଛନ୍ତି ଯେ, “ ଫୁସ୍‌ଫୁସ୍ ଧମନୀ ଜନିତ ରୋଗ ଏକ ର୍ଦୁଲଭ ବିମାରି ଏହା ୧୦୦୦ଶିଶୁରେ ୧ଜଣକୁ ହୋଇଥାଏ, ଜଦି ସଠିକ୍ ସମୟରେ ଚିକିତ୍ସା ନ କରାଯାଏ ଏହା ଜୀବନ ପ୍ରତି ବିପଦ ସାଜିଥାଏ ।

ଏହି ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷଣ ପରେ ଜଣା ପଡିଲା ଯେ ଶିଶୁର ଫୁସ୍‌ଫୁସ୍ ଧମନୀ ଜନ୍ମରୁ ହିଁ ନାହିଁ, ଯାହାକି ମଣିଷ ଶରୀରର ଏକ ଅତ୍ୟାବଶ୍ୟକିୟ ଅଙ୍ଗ । ଶିଶୁର ଅଶୁଦ୍ଧ ରକ୍ତ ଶରୀରରେ ମିଶୁଥିଲା ଯାହା କାରଣରୁ ଶିଶୁର ଦେହର ରଙ୍ଗ ନିଳ ପଡିଯାଉଥିଲା , ସାଧାରଣତଃ ଏହାକୁ “ବ୍ଲୁ ବେବି” କୁହାଯାଇଥାଏ ।

“ହସ୍ପିଟାଲରେ ଭର୍ତି ହେବା ସମୟରେ ଶିଶୁ ଅତ୍ୟନ୍ତ ଖରାପଥିବା ସମୟରେ ଶରୀରରେ ଅମ୍ଳଜାନ ପରିମାଣ ୧୦-୧୨ପ୍ରତିଶତ ରହିଥିଲା । ସାଧାରଣତଃ ଏହି ପରିସ୍ଥିତିରେ ଶିଶୁକୁ ୧ମାସ ପର୍ଯ୍ୟନ୍ତ ବଚାଂଇ ରଖିହୋଇଥାନ୍ତା ।

ଶିଶୁକୁ ତୁରନ୍ତ କ୍ୟାଥ୍ ଲ୍ୟାବ୍‌ରେ ଭର୍ତିକରାଯାଇ ପି.ଡି.ଏ ଷ୍ଟେନିଗଂ ପ୍ରକ୍ରିୟାରେ ଚିକିତ୍ସା କରାଯାଇଥିଲା, ଯଦି ଏହା କିଛି ମୁହୁର୍ତ ବିଳମ୍ବ ହୋଇଥାନ୍ତା ଶିଶୁକୁ ବଚାଂଇବା ଆମ ପାଇଁ ମଧ୍ୟ କଷ୍ଠକର ହୋଇ ଯାଇଥାନ୍ତା ବୋଲି ହୃଦ୍‌ରୋଗ ବିଶେଷଜ୍ଞ ଡଃ. ଅଭୟ କ୍ରିଷ୍ନା କହିଛନ୍ତି ।

“ଏହି ନବଜାତ ଶିଶୁକୁ ପ୍ରଥମ ପର୍ଯ୍ୟୟରେ ସଫଳ ଚିକିତ୍ସାପରେ ୨ୟ ପର୍ଯ୍ୟୟର ଓପନ୍ ହାର୍ଟ ସର୍ଜରୀ ୧ରୁ ୧.୫ ବର୍ଷ ଭିତରେ କରାଯାଇ ଶିଶୁକୁ ସମ୍ପୁର୍ଣ୍ଣରୁପେ ସୁସ୍ଥ କରାଯାଇପାରିବ । ଏହି ପରିଶିଶୁମାନଙ୍କ ପ୍ରତି ସଠିକ୍ ଚିକିତ୍ସା ତଥା ବିଶେଷଜ୍ଞ ଅବଶ୍ୟକତା ରହିଛି ବୋଲି ଏଚ୍‌.ଓ.ଡି,ଆନେଷ୍ଟଥିଆ ଡଃ. ଉମେଶ ପ୍ରସାଦ କହିଛନ୍ତି ।”

ବ୍ରହ୍ମାନନ୍ଦ ନାରାୟଣ ହସ୍ପିଟାଲ୍ ଝାରଖଣ୍ଡ୍‌ରେ ଅବସ୍ଥିତ ଏହା ୧୫୦ ଶଯ୍ୟା, ୫ ଓଟି, ଏବଂ ୧ ଷ୍ଟେଟ୍ ଅଫ୍ ଦ ଆର୍ଟ କ୍ୟାଥ୍ ଲ୍ୟାବ୍ ବିଶିଷ୍ଠ ଏକ ମଲ୍ଟିସ୍ପେସାଲିଟି ହସ୍ପିଟାଲ୍ ଅଟେ । ଏହା ଝାରଖଣ୍ଡ ସମତେ ଏହାର ପଡୋଶି ରାଜ୍ୟକୁ ମଧ୍ୟ ନିଜର ସେବା ପ୍ରଦାନ କରିଆସୁଛି ।