Odisha Link
Bridging the Missing Links in Odisha

ହାଇସ୍କୁଲରେ କେବେ ମିଳିବ ନିଯୁକ୍ତି ?

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଷ୍ଟେସନ୍‌ ଶତାଧିକ ବେକାରୀ ଯୁବକ ଓ ଯୁବତୀ ଏକତ୍ର ହୋଇଥିଲେ । ପରେ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ । ମାତ୍ର ରାସ୍ତାରେ ପୁଲିସ ସେମାନଙ୍କୁ ଅଟକାଇଥିଲା ।

ଫଳରେ ବେକାରୀ ଯୁବକ ଓ ଯୁବତୀମାନେ ସେଠାରେ ରାଜ୍ୟ ସରକାରଙ୍କ ଶିକ୍ଷା ମାରଣ ନୀତି ବିରୋଧରେ ବର୍ଷିଥିଲେ । ହାଇସ୍କୁଲରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ଶିକ୍ଷକ ସଂଘ ପକ୍ଷରୁ ତରଫରୁ ଏହି ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା ।

ସୂଚନାରୁ ପ୍ରକାଶ, ରାଜ୍ୟରେ ଅନେକ ହାଇସ୍କୁଲରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲିପଡ଼ିଛି । ଯାହାଫଳରେ ପିଲାମାନଙ୍କୁ ପାଠ ପଢ଼ିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ହେଲେ ରାଜ୍ୟ ସରକାର ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଉ ନାହାନ୍ତି । ଅନ୍ୟପକ୍ଷରେ ବେକାର ତାଲିମ୍‌ପ୍ରାପ୍ତ ଯୁବକ ଓ ଯୁବତୀଙ୍କ ନିଯୁକ୍ତ ଦେଉନଥିବାରୁ ଦିନକୁ ଦିନ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Comments are closed.