Odisha Link
Bridging the Missing Links in Odisha

କରୋନା ଆତଙ୍କ: ୨୩୬୦ ମୃତ

ବେଜିଂ: ଦିନକୁ ଦିନ ନିଜ କାୟା ବିସ୍ତାର କରି ଅଣାୟତ୍ତ କଲାଣି କରୋନା। କରୋନା ଭାଇରସ୍‌ରେ ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ ମୃତ୍ୟୁସଂଖ୍ୟା ୨ ହଜାର୩୬୦ରେ ପହଞ୍ଚି ଥିବା ବେଳେ ୭୭୮୧୬ ଜଣ ଆକ୍ରାନ୍ତ ଅଛନ୍ତି। ଚୀନ୍ ପରେ ଦକ୍ଷିଣ କୋରିଆରେରେ ବ୍ୟାପିଲାଣି କରୋନା। କରୋନା ଭାଇରସ୍ ରେ ଦକ୍ଷିଣ କୋରିଆରେ ୩୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୭ ଜଣ ଆକ୍ରାନ୍ତ ଅଛନ୍ତି।

କୋରିଆର ଦକ୍ଷିଣ-ପୂର୍ବ ସହର ଡାଏଗୁ ହେଉଛି ସେଠାକାର କରୋନାଭାଇରସ୍‌ ସଂକ୍ରମଣର କେନ୍ଦ୍ରସ୍ଥଳ। ସେଠାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ସେଠାରେ ଥିବା ସିଙ୍ଗ୍‌ଚେଓଞ୍ଜି ଚର୍ଚ ଅଫ୍‌ ଜେସସ୍‌ କରୋନାଭାଇରସ୍‌ ସଂକ୍ରମଣସ୍ଥଳୀ ପାଲଟିଛି। ଚର୍ଚର ୪, ୪୦୦ ଜଣ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୦୦ ଜଣଙ୍କ ଠାରେ ଜ୍ୱର ଭଳି ଲକ୍ଷଣ ଦେଖାଯାଇଛି।

Comments are closed.