Odisha Link
Bridging the Missing Links in Odisha

କଳାହାଣ୍ଡି ଗସ୍ତରେ ପୋଲିସ ଡିଜି ଅଭୟ

କଳାହାଣ୍ଡି: ଆଜି ପୋଲିସ ଡିଜି ଅଭୟ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି। ଭବାନୀପାଟଣା ରିଜର୍ଭ ପୋଲିସ ନିକଟରେ ମାଓ ସମୀକ୍ଷା ବୈଠକ। ବରିଷ୍ଠ ଅଧିକାରୀମାନେ ବୈଠକେରେ ସାମିଲ। କଳାହାଣ୍ଡି ସୀମାନ୍ତ ଜିଲ୍ଲାର ଏସ୍‌ପିମାନେ ମଧ୍ୟ ବୈଠକରେ ସାମିଲ ରହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣା ରିଜର୍ଭ ପୋଲିସ ଠାରେ କଳାହାଣ୍ଡି,କନ୍ଧମାଳ ଓ ରାୟଗଡା ଜିଲ୍ଲାର ମାଓ ସମୀକ୍ଷା ବୈଠକ ହୋଇଛି। ବୈଠକରେ ପୋଲିସ ଡିଜି ଅଭୟ,ଦକ୍ଷିଣ -ପଶ୍ଚିମଚଂଳ ଡିଆଇଜି ସଫିନ ଅହମ୍ମଦ, ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଅଛନ୍ତି। ସେହିପରି ବୈଠକରେ କଳାହାଣ୍ଡି,କନ୍ଧମାଳ ଓ ରାୟଗଡା ଏସପି ମଧ୍ୟ ସାମିଲ ଅଛନ୍ତି। ମାଓ ଗତିବିଧି ଓ ମାଓ ଦମନରେ ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନ ରହିଛି।

Comments are closed.