Odisha Link
Bridging the Missing Links in Odisha

୨୪ରେ ପର୍ଯ୍ୟଟକଙ୍କୁ ତାଜମହଲ ମନା

ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ୨୪ରେ ତାଜମହଲ ଦର୍ଶନ କରିପାରିବେନି ସା‌ଧାରଣ ପର୍ଯ୍ୟଟକ। ଫେବୃଆରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତ ଗସ୍ତରେ ଆସି ତାଜମହଲ ପରିଦର୍ଶନ କରିବେ। ଏହି ଅବସରରେ ସୁରକ୍ଷା ଦୃଷ୍ଟିକୋଣରୁ ସା‌ଧାରଣ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ବନ୍ଦ ରହିବ। ୨୪ ତାରିଖ ମଧ୍ୟାହ୍ନ ପରଠାରୁ ସର୍ବସାଧାରଣ ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ତାଜମହଲ ବନ୍ଦ ରହିବ ବୋଲି ଏଏସ୍‌ଆଇ ଆଗ୍ରା ଡିଭିଜନର ଅଧୀକ୍ଷକ ବସନ୍ତ କୁମାର ସ୍ବର୍ଣ୍ଣକାର ସୂଚନା ଦେଇଛନ୍ତି। ଏଥିସହ ବିମାନ ବନ୍ଦରରୁ ତାଜମହଲ ପହଞ୍ଚିବା ପାଇଁ ବାଟରେ ପଡୁଥିବା ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ଡିଜେଲ ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Comments are closed.