Odisha Link
Bridging the Missing Links in Odisha

ଆଗରୁ ବହୁଥର ଭାରତ ଆସିଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି ଡୋନାଲଡ ଟ୍ରମ୍ପ। କିନ୍ତୁ ରାଷ୍ଟ୍ରପତି ହେବା ପୂର୍ବରୁ ଟ୍ରମ୍ପ ବହୁଥର ଭାରତ ଆସିଛନ୍ତି। ରାଷ୍ଟ୍ରପତି ହେବା ପୂର୍ବରୁ ବିଶ୍ୱର ଜଣେ ବିତ୍ତଶାଳୀ ଓ ରିୟଲ ଇଷ୍ଟେଟ ମାଲିକ ଭାବେ ଟ୍ରମ୍ପ ବେଶ ଜଣାଶୁଣା ଥିଲେ। ଟ୍ରମ୍ପଙ୍କ କମ୍ପାନୀ ଟ୍ରମ୍ପ ଟାୱାରସ ବିଶ୍ୱର ବଡ ବଡ ସହରରେ ଆପାର୍ଟମେଣ୍ଟ ନିର୍ମାଣ କରି ବିକ୍ରି କରିଥାଏ। ବ୍ୟବସାୟିକ ବୈଠକ ପାଇଁ ଟ୍ରମ୍ପ ଆଗରୁ ଭାରତ ଆସିଛନ୍ତି। ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଏହି ରିୟଲ ଇଷ୍ଟେଟ ସାମ୍ରାଜ୍ୟକୁ ତାଙ୍କ ପୁଅ ଜୁନିୟର ଟ୍ରମ୍ପ ସମ୍ଭାଳୁଛନ୍ତି।

ଭାରତରେ ଥିବା ୪ଟି ଟ୍ରମ୍ପ ଟାୱାର ପାଇଁ ଡୋନାଲଡ ଟ୍ରମ୍ପ ୨୦୧୪ରେ ଭାରତ ଆସିଥିଲେ। ଟ୍ରମ୍ପଙ୍କ କମ୍ପାନୀ ଭାରତର ୪ଟି ସ୍ଥାନରେ ବିଳାସମୟ ଫ୍ଲାଟ ଓ ଆପାର୍ଟମେଣ୍ଟ ନିର୍ମାଣ କରିଛି। ଟ୍ରମ୍ପ ଟାୱାର ଭାବେ ପରିଚିତ କମ୍ପାନୀ ଭାରତର ମୁମ୍ବାଇ, କୋଲକାତା, ପୁନେ ଓ ଗୁଡଗାଓଁରେ ନିର୍ମାଣ ହୋଇଛି। ଭାରତରେ ଥିବା ଆପାର୍ଟମେଣ୍ଟ ୪ କୋଟି ଟଙ୍କାରୁ ଆରମ୍ଭ ହୋଇ ୧୩ କୋଟି ଟଙ୍କା ଯାଏଁ ରହିଛି।

Comments are closed.