Odisha Link
Bridging the Missing Links in Odisha

ବଣାଇମୁଣ୍ଡା ହାଇସ୍କୁଲରୁ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବଣାଇମୁଣ୍ଡା ହାଇସ୍କୁଲରୁ ସୋମବାର ମାଟ୍ରିକ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଆଜି ହିନ୍ଦୀ/ସଂସ୍କୁତ ପରୀକ୍ଷା ଚାଲିଥିଲା। ବଣାଇମୁଣ୍ଡା ହାଇସ୍କୁଲ ସେଣ୍ଟର ଉକ୍ତ ବ୍ଲକ ମରୁଆ ହାଇସ୍କୁଲରେ ପଡ଼ିଛି। ବଣାଇମୁଣ୍ଡା ସ୍କୁଲର ପିଅନ କାର୍ତ୍ତିକ ଦଣ୍ଡସେନା ପ୍ରଶ୍ନପତ୍ର ଏବଂ ଉତ୍ତର ପତ୍ରର କିଛି ଫଟୋ ଉଠାଇବା ସହ ତାର ଜେରକ୍ସ ଧରି ମରୁଆ ହାଇସ୍କୁଲକୁ ଯାଉଥିଲେ। ଏହା ଜଣାପଡିବା ପରେ ମରୁଆ ହାଇସ୍କୁଲ ନିକଟରେ ଲୋକେ ତାଙ୍କୁ ଘେରିଯାଇଥିଲେ। ମାତ୍ର ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Comments are closed.