Odisha Link
Bridging the Missing Links in Odisha

ପୁରୀ ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ପୁରୀ: ପୁରୀ ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ପୌରସଂସ୍ଥା ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ସମୂଦ୍ର କୂଳ ପାର୍ଶ୍ୱରେ ଥିବା ୩ଟି ଦୋକାନ ଉଚ୍ଛେଦ ସରିଛି। ତେବେ ଏକ ଧର୍ମଶାଳାର ଉଚ୍ଛେଦକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସମ୍ପୃକ୍ତ ଧର୍ମଶାଳାକୁ ଉଚ୍ଛେଦ ନ କରିବା ଲାଗି କେତେଜଣ ମହିଳା ପ୍ରତିବନ୍ଧକ ସାଜିଛନ୍ତି। ସେମାନେ ଧର୍ମଶାଳା ଆଗରେ ଠିଆହୋଇ ଉଚ୍ଛେଦ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଫଳରେ ପୌରସଂସ୍ଥା ପକ୍ଷରୁ ସେମାନଙ୍କୁ ବୁଝାଯାଉଛି। କିନ୍ତୁ ଏହି ଧର୍ମଶାଳା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର। ତେଣୁ ଏହାକୁ ଉଚ୍ଛେଦ କରିବା ଲାଗି ପୌର ସଂସ୍ଥା ଅଡି ବସିଛି।

Comments are closed.