Odisha Link
Bridging the Missing Links in Odisha

କରୋନା ଭୟ: ପୁରୀରେ ହାଇଆଲର୍ଟ

ପୁରୀ: ପ୍ରାଣଘାତୀ କରୋନା ପାଇଁ ସମଗ୍ର ବିଶ୍ବ ଏବେ ଆତଙ୍କିତ। ଚାଇନା ପରେ ଭାରତରେ କଲାଣି ବସ୍ତାର କଲାଣି କରୋନା। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୁରୀରେ କରୋନା ପାଇଁ ହାଇଆଲର୍ଟ ଜାରି କରାଯାଇଛି। ପୁରୀକୁ ପ୍ରତିଦିନ ଶହ ଶହ ବିଦେଶୀ ପର୍ଯ୍ୟଟକ ଆସୁୁଥିବାରୁ ପୁରୀରେ ହାଇଆଲର୍ଟ ଜାରି କରାଯାଇଛି। ସବୁ ହୋଟେଲ ମାନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତ୍ୟେକ ମାସରେ ପୁରୀକୁ ୫ ଶହରୁ ଉର୍ଦ୍ଧ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଯାଂଚ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ହୋଟେଲରେ ରହୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ କରୋନା ଭୂତାଣୁ ଲକ୍ଷଣ ଦେଖା ଦେଲେ ତୁରନ୍ତ ନିୟନ୍ତ୍ରଣ କକ୍ଷକୁ ଜଣାଇବା ସହ ସେମାନଙ୍କୁ ତୁରନ୍ତ ଆଣି କରୋନା ୱାର୍ଡରେ ଭର୍ତି କରାଯିବ।

Comments are closed.