Odisha Link
Bridging the Missing Links in Odisha

କାଟ୍ରିନାଙ୍କ ପାଦ ଛୁଇଁଲେ କାର୍ତିକ

 ନୂଆଦିଲ୍ଲୀ : ବଲିଉଡ କଳାକାର କାର୍ତିକ ଆର୍ୟ୍ୟନ ସବୁ ସମୟ ବିନଦାଜ ଅନ୍ଦାଜ ରହିଥାନ୍ତି । ତାଙ୍କ ଅଭିନୀତ ସିନେମା ଲଭ ଆଜ କାଲ ଦର୍ଶକଙ୍କ ବେଶ ପସନ୍ଦ ଆସିଥିଲା । ସେ ଜଣେ ସବୁଠାରୁ ଖୋଲା ହୃଦୟ ଅଭିନେତା ଅଟନ୍ତି ।

କାର୍ତ୍ତିକ ଏବଂ ସାରା ଅଲିଖାନ ଙ୍କ ଆକ୍ଟିଂକୁ ଦର୍ଶକ ବେଶ ପସନ୍ଦ କରିଥିଲେ। କାର୍ତିକ ସେହିପରି ଭୁଲ-ଭୁଲେୟା ୨ ସୁଟିଙ୍ଗ ରେ ବ୍ୟସ୍ତ ରହିଛନ୍ତି,ଯେଉଁଥିରେ ତାଙ୍କ ଅପୋଜିଟ୍ ରେ କିୟାରା ଆଡଭାନୀ ନଜର ଆସିବେ ।

କାର୍ତିକଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କୁ କ୍ୟାଟ୍ରିନା କେଫଙ୍କ ପାଦ ଛୁଇଁ ଥିବାର ଦେଖିବାକୁ ମିଳୁଛି । ବୁଧବାର ସନ୍ଧ୍ୟାରେ ମୁମ୍ବାଇରେ ହୋଇଥିବା ଆଇଫାର ପ୍ରେସ କନଫରେନ୍ସରେ କାର୍ତିକ ଅର୍ୟ୍ୟନଙ୍କୁ ଏହିଭଳି ଏକ ଅନ୍ଧାଜରେ ଦେଖିବାକୁ ମିଳିଥିଲା,ଯେତେବେଳେକି ସେ ସମସ୍ତଙ୍କ ସାମ୍ନାରେ ଷ୍ଟେଜ ଉପରେ ସିନିୟର ଆକ୍ଟର କ୍ୟାଟ୍ରିନା କେଫଙ୍କ ପାଦ ଛୁଇଁଥିଲେ।

ଏପରି କରିବେ ବୋଲି କାହାକୁ ଜଣାନଥିଲା କାର୍ତିକ ଏଭଳି କିଛି କରିବେ,ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଆଇଫା ଆୟୋଜକ ଆୱାର୍ଡ ସେରିମନୀ ସମ୍ବନ୍ଧରେ ସୂଚନା ଦେବା ପାଇଁ ପ୍ରେସ କନଫରେନ୍ସ ରଖିଥିଲେ,ଯେଉଁଥିରେ କ୍ୟାଟ୍ରିନା କେଫ ,କାର୍ତିକ ଆର୍ଯ୍ୟନ ଏବଂ ଦିଆ ମିର୍ଜା ସାମିଲ ହୋଇଥିଲେ ।

କାର୍ତିକ ଏହି ଇଭେଣ୍ଟରେ କିଛି ସମୟ ବିଳମ୍ଭରେ ପହଞ୍ଚିଥିଲେ।ଯେତେବେଳେ ପ୍ରେସ କନଫରେନ୍ସ ଆରମ୍ଭ ହୋଇଯାଇଥିଲା କ୍ୟାଟ୍ରିନା କେଫ ମଜା କରି କହିଥିଲେ କାର୍ତିକ ସର୍ବପ୍ରଥମେ ଆପଣମାନଙ୍କୁ ବିଳମ୍ବ ହୋଇଥିବା ପାଇଁ କ୍ଷମା ମାଗିବାକୁ ଚାହୁଁଛନ୍ତି ।

ସେହିଠାରେ କାର୍ତିକ ବିଳମ୍ବ ନକରି କ୍ୟାଟ୍ରିନାଙ୍କ ପାଦ ଛୁଇଁ କ୍ଷମା। ମାଗିବାର କାର୍ଯ୍ୟ କରିଥିଲେ ଏବଂ କହିଥିଲେ କାଲି ରଣବୀର ସମସ୍ତଙ୍କ ପାଦ ଛୁଇଁଥିଲେ। ଆଜି ମୁଁ ଆପଣଙ୍କ ପାଦ ଛୁଇଁଲି ।
କାର୍ତିକ ପ୍ରେସ କନଫେରେନ୍ସକୁ ହାତରେ ପଟି ସହ ସ୍ଲିଂଗ ବାନ୍ଧି ପହଁଞ୍ଚିଥିଲେ ।

ବୁଧବାର ସକାଳ କାର୍ତିକଙ୍କର ଏକ ସର୍ଜରି ହୋଇଥିଲା।ସେହିଭଳି ଏହିଭଳି ଏକ ନଜର ସୋମବାର ଦିନ ଦେଖିବାକୁ ମିଳିଥିଲା ଯେତେବେଳେ ରଣବିର ସିଂହ ସାର୍ବଜନୀନ କ୍ଷେତ୍ରରେ ଅକ୍ଷୟ କୁମାର ଏବଂ ଅଜୟ ଦେଵଗଙ୍କର ପାଦ ଛୁଇଁ ଥିଲେ।

ସତକଥା ହେଉଛି,ସୂର୍ଯ୍ୟବଂଶୀ ଟ୍ରେଲର ଲଞ୍ଚ ରଣବିର ବିଳମ୍ବରେ ପହଁଞ୍ଚିଥିଲେ,ଯେତେବେଳେକି ଦୁଇ ସିନିୟର ଆକ୍ଟର ଏବଂ କ୍ୟାଟ୍ରିନା କେଫ ପୂର୍ବରୁ ଇଭେଣ୍ଟରେ ପହଁଞ୍ଚିଥିଲେ। ଯେତେବେଳେ ଏହାକୁ ନେଇ ଅଜୟ ଏବଂ ଅକ୍ଷୟ ଷ୍ଟେଜ ଉପରେ ରଣବିରସିଂହଙ୍କୁ ଆଲୋଚନା କରିଥିଲେ ସେତେବେଳେ ସେ ଦୁହିଁଙ୍କର ପାଦ ଛୁଇଁ କ୍ଷମା ମାଗିଥିଲେ ।

ସେ ସମୟରେ କ୍ୟାଟ୍ରିନାଙ୍କୁ ରଣବୀର କିଛି କହିନଥିଲେ। ମାତ୍ର କାର୍ତିକ ରଣବିରଙ୍କର କରିନଥିବା କାର୍ଯ୍ୟ କ୍ୟାଟ୍ରିନାଙ୍କ ପାଦ ଛୁଇଁ ପୂର୍ଣ କରିଥିଲେ ।ଇଭେଣ୍ଟରେ କାର୍ତ୍ତିକ ଏବଂ କ୍ୟାଟ୍ରିନା କେଫ ଲଭ ଆଜ କାଲ ଗୋଟିଏ ଗୀତରେ ନାଚିଥିଲେ ।

Comments are closed.