କରୋନା ସତର୍କତା : ଜ୍ୱର, କାଶ, ଥଣ୍ଡା ହେଲେ ୧୪ ଦିନ ଛୁଟି
ଭୁବନେଶ୍ବର: ଦିନକୁ ଦିନ ଦେଶରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ କଟକଣା ଲାଗୁ ହୋଇଛି। ନିୟମ ମୁତାବକ, କୌଣସି ବ୍ୟକ୍ତିକୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ତାଙ୍କୁ ୪ ଦିନର ଛୁଟି ମିଳିବ। ଏବଂ ସେ ୧୪ ଦିନ ପାଇଁ ହୋମ ଆଇସୋଲେସନରେ ରହିବେ। ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଏନେଇ ସୂଚନା ଦେଇଛନ୍ତି ।
ଏଥିସହ କରୋନା ପାଇଁ ଲୋକସେବା ଭବନକୁ କର୍ମଚାରୀଙ୍କ ବ୍ୟତୀତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଲୋକସେବା ଭବନକୁ କେବଳ କର୍ମଚାରୀ ମାନେ ଯାଇପାରିବେ। ଏଥିସହ ଲୋକସେବା ଭବନ ପାଇଁ ଭିଜିଟର ପାସ ବି ବାତିଲ କରାଯାଇଛି। କରୋନାର ଭୟାବହତାକୁ ନଜରରେ ରଖି ଲୋକସେବା ଭବନର କର୍ମଚାରୀଙ୍କ ପାଇଁ ଏଭଳି ନୂଆ କଟକଣା ଜାରି କରାଯାଇଛି।
Comments are closed.