Odisha Link
Bridging the Missing Links in Odisha

ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ପାଇଁ ଏବେ ସାରା ବିଶ୍ବ ଭୟଭୀତ। କରୋନା ଭୟରେ ଜଣେ ସନ୍ଦିଗ୍ଧ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଦିଲ୍ଲୀର ଜଣେ ବ୍ୟକ୍ତି କରୋନା ସନ୍ଦେହରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ହସ୍ପିଟାଲର ୭ମ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ହସ୍ପିଟାଲରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଏହି ବ୍ୟକ୍ତି ଜଣଙ୍କୁ ଏୟାରପୋର୍ଟ ଅଧିକାରୀମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏୟାରପୋର୍ଟ ଅଧିକାରୀମାନେ ଉକ୍ତ ବ୍ୟକ୍ତିଙ୍କୁ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ହସ୍ପିଟାଲକୁ ଆଣିଥିଲେ। ଏହା ପରେ ତାଙ୍କୁ କରୋନା ରୋଗୀଙ୍କ ପାଇଁ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ସେ ୭ ମହଲା ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

Comments are closed.