Odisha Link
Bridging the Missing Links in Odisha

ବେଆଇନ ଗୋରୁ ଚାଲାଣ : ୨ ମୃତ୍ୟୁ

ଖୋର୍ଦ୍ଧା : ଆଜି ସକାଳେ ଖୋର୍ଦ୍ଧାର ଦଳେଇପୁଟ ଛକ ନିକଟରେ ଏକ କଣ୍ଟେନରକୁ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସ୍‌ର ଜିମା ଦେଇଛନ୍ତି । ଏହି କଣ୍ଟେନରରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିଲା ।

୧୬ ନମ୍ୱର ଜାତୀୟ ରାଜପଥରେ ପ୍ରତିଦିନ ଏହିଭଳି ବେଆଇନ ଗୋରୁ ଚାଲାଣ ହେଉଥିବାରୁ ତାକୁ ରୋକିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ଏହାପରେ ଲୋକମାନେ କଣ୍ଟେନରକୁ ଅଟକାଇ ଖୋର୍ଦ୍ଧା ସଦର ଥାନା ପୁଲିସ୍‌ ଜିମା ଦେଇଥିଲେ ।

ପୋଲିସ୍‌ ଗୋରୁମାନଙ୍କୁ ଉଦ୍ଧାର କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାସହ ୨ ଟି ଗୋରୁଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଅସୁସ୍ଥ ଗାଈମାନଙ୍କ ଚିକିତ୍ସା କରାଯାଇଛି ।

Comments are closed.